fbpx
BJD SKY
BJD SKY

ସେପ୍ଟେମ୍ବର ୬ରୁ ୧୮ ତାରିଖ ମଧ୍ୟରେ ଓଜେଇଇ ପରୀକ୍ଷା, ୩ଟି ସିଫ୍ଟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

BJD

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ଏହି ପରୀକ୍ଷା ସେହି ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଶୁକ୍ରବାର ଓଜେଇଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ସମସ୍ତ ବିଷୟରେ ପରୀକ୍ଷା ହେବ । ପ୍ରତ୍ୟେକ ଦିନ ୩ଟି ଲେଖାଏଁ ସିଫ୍ଟରେ ପରୀକ୍ଷା ହେବ କିନ୍ତୁ ମଝିରେ ଗଣେଶ ପୂଜା ଏବଂ ନିଟ୍‌ ପାଇଁ ଓଜେଇଇ ପରୀକ୍ଷା ହେବ ନାହିଁ । ତେବେ କେଉଁଦିନ କେଉଁ ପରୀକ୍ଷା ହେବ ତାହାର ପୂରା ଲିଷ୍ଟ ଓଜେଇଇର ୱେବ୍‌ସାଇଟ୍‌ରେ ପ୍ରକାଶ କରାଯାଇଛି ।

ସୂଚନା ଅନୁସାରେ ଚଳିତବର୍ଷ ରାଜ୍ୟର ସବୁ ଜିଲ୍ଲାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର । ଏହାଛଡ଼ା ରାଜ୍ୟ ବାହାରେ ୩ଟି ସ୍ଥାନକୁ ଅନ୍‌ଲାଇନ୍‌ ପରୀକ୍ଷା କେନ୍ଦ୍ର ଭାବେ ସାମିଲ କରାଯାଇଛି । ରାଜ୍ୟ ବାହାରେ ପାଟନା, ରାଞ୍ଚି ଓ କୋଲକାତାରେ ପରୀକ୍ଷା କେନ୍ଦ୍ର ହେବ । ସୂଚନାଯୋଗ୍ୟ, ଓଜେଇଇ ପରୀକ୍ଷା ଗତ ଜୁନ୍‌ ମାସରେ କରାଯିବାର ଥିଲା । କିନ୍ତୁ ସେହି ସମୟରେ ରାଜ୍ୟରେ କୋଭିଡ-୧୯ ଯୋଗୁଁ ସ୍ଥିତି ଭଲ ନଥିଲା । ତେଣୁ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା ।

Get real time updates directly on you device, subscribe now.