fbpx

ଆଜିଠୁ OJEE : ୫୮ ହଜାର ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାସ ଏକ୍ସଜାମିନେସନ ୨୦୨୨ ପରୀକ୍ଷା । ଜୁଲାଇ ୪ରୁ ରୁଲାଇ ୮ ପର୍ଯ୍ୟନ୍ତ ପରୀକ୍ଷା ହେବାର କାର୍ଯ୍ୟସୂଚୀ ରହିଛି । ତେବେ ଗତ ଦୁଇ ବର୍ଷ ତୁଳନାରେ ଚଳିତ ବର୍ଷ ପାଖାପାଖି ୨୦୦୦ ଅଧିକ ପିଲା ପରୀକ୍ଷା ଦେଉଛନ୍ତି । କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ପାଖାପାଖି ୫୮ହଜାର ଛାତ୍ର ପରୀକ୍ଷା ଦେଉଛନ୍ତି ।

ତିନୋଟି ସିଫ୍ଟରେ ଓଜେଇଇ ପରୀକ୍ଷା ହେବାର ସୂଚନା ରହିଛି । ପ୍ରଥମ ସିଫ୍ଟ ଦିନ ୦୯.୦୦ଟାରୁ ୧୧.୦୦ଟା ହୋଇଥିବା ବେଳେ ଦ୍ୱିତୀୟ ସିଫ୍ଟ ୧୨.୩୦ରୁ ୦୨.୩୦ ମଧ୍ୟରେ ହେବ । ସେହିପରି ଶେଷ ସିଫ୍ଟ ୦୪.୦୦ ଟାରୁ ୦୬.୦୦ ଟା ପର୍ଯ୍ୟନ୍ତ ହେବ । ଲାଟେରାଲ ଏଣ୍ଟି ଟୁ ବିଟେକରେ ୨୦ହଜାର ୧୬୮ ଜଣ ଛାତ୍ର ଆବେଦନ କରିଥିବାବେଳେ ବି ଫାର୍ମା ପାଇଁ ୧୨ହଜାର ୨୨୯ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ସେହିପରି ଏମବିଏ ପାଇଁ ୧୦ ହଜାର ବିଦ୍ୟାର୍ଥୀ ଆବେଦନ କରିଛନ୍ତି ।

ଚଳିତ ବର୍ଷ ଓଜେଇଇ ପରୀକ୍ଷା ପାଇଁ ୬୧ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇ ଥିବାବେଳେ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ସୂଚନା ମିଳିଛି । ବଢୁଥିବା କରୋନାକୁ ନଜର ରଖି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ସାନିଟାଇଜର ବ୍ୟବହାର କରାଯିବା ନେଇ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.