fbpx

ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ; OJTAA ପକ୍ଷରୁ ବିଧାନସଭା ଘେରାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ଶିକ୍ଷା ବଞ୍ଚାଅ’, ‘କ୍ୟାମ୍ପସ୍ ବଞ୍ଚାଅ’ ଓ ‘ଓଡ଼ିଶା ବଞ୍ଚାଅ’ ଆହ୍ୱାନରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଓ ନିଯୁକ୍ତିର ବୟସସୀମା ୪୨କୁ ବୃଦ୍ଧି କରିବା ଦାବିରେ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି । ୨୦୧୬ ମସିହାରୁ ଓଡ଼ିଶାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ହୋଇନଥିବା ସ୍ଥଳେ ପ୍ରାୟ ୭୦ ହଜାରରୁ ଊଦ୍ଧ୍ୱର୍ ସି.ଟି. / ବି.ଏଡ୍. ସହିତ ଓ.ଟି.ଇ.ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷିତ ଯୁବ ସମାଜ ପ୍ରତି ମୁହୂର୍ତ୍ତରେ ନିର୍ଯାତିତ ଓ ଶୋଷିତ ହେଉଛନ୍ତି । ଗତ ଅଗଷ୍ଟ ୧୬ ତାରିଖରୁ ଓ.ଜେ.ଟି.ଏ.ଏ. ପକ୍ଷରୁ ନିଯୁକ୍ତି ଦାବିରେ କ୍ରମାନ୍ୱୟରେ ଧାରଣା ଚାଲିବା ସତ୍ତେ୍ୱ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ।

ଓଡ଼ିଶା ସରକାରଙ୍କ ଅଧିନରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷାବୋର୍ଡ ଚାଲୁଥିଲାବେଳେ ଓଡ଼ିଶା ସରକାର ଆଦର୍ଶ ବିଦ୍ୟାଳୟ ସଂଗଠନ ନାମରେ ସି.ବି.ଏସ୍.ଇ. ଠାରୁ ଆଫିଲିଏସନ୍ ନେଉଛନ୍ତି । ଓଡ଼ିଶା ସରକାରଙ୍କର ନିଜସ୍ୱ ସିଲାବସ୍ ଉପରେ ବିଶ୍ୱାସ ନାହିଁ । ରାଜ୍ୟର ୬୦ ହଜାର ବିଦ୍ୟାଳୟ ମଧ୍ୟରୁ ୫୦ଟି ସ୍ମାର୍ଟ ସ୍କୁଲ୍ ପ୍ରତିଷ୍ଠା କରି ଡିଜିଟାଲ୍ ବୋର୍ଡରେ ମୋଦିଙ୍କ ଭଳି ଫଟୋ ଟାଙ୍ଗିଦେଲେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସୁଧୁରିବ ନାହିଁ । ରାଜ୍ୟର ୫୦ ହଜାରରୁ ଅଧିକ ବିଦ୍ୟାଳୟରେ ଏକାଧିକ ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ଓଡ଼ିଶା ସରକାର ଏହି ସ୍କୁଲ୍ ସବୁ ଅଚଳ କରି ଘରୋଇ ଶିକ୍ଷାବେପାରୀମାନଙ୍କ ଲାଭ, ଲୋଭ ଓ ରାଜନୈତିକ ଆନୁଗତ୍ୟକୁ ପ୍ରୋତ୍ସାହନ ଦେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଛନ୍ତି । ତାଲିମ୍ପ୍ରାପ୍ତ ବେରୋଜଗାରୀ ଯୁବକ ଯୁବତୀମାନେ ଚାକିରୀ ପାଇଁ ଯଦି ବ୍ୟଗ୍ର ଅଛନ୍ତି, ତେବେ ଘରୋଇ ଶିକ୍ଷାନୁଷ୍ଠାନରେ ଯୋଗଦେବାପାଇଁ ଉଦ୍ୟମ କରନ୍ତୁ କିମ୍ବା ଚାଷ କାର୍ଯ୍ୟ କରନ୍ତୁ ବୋଲି ତାତ୍ସଲ୍ୟ କରି କହିଥିଲେ ଶିକ୍ଷାମନ୍ତ୍ରୀ । ଏହାପରେ ଓ.ଜେ.ଟି.ଏ.ଏ.ର ସମବେତ ଆନ୍ଦୋଳନକାରୀ ରାଜ୍ୟବ୍ୟାପୀ ବ୍ଲକ ସ୍ତରରୁ ଆହୁରି ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.