fbpx

ଡିଭୋର୍ସ କେସ ପାଇଁ ଆସି ସ୍ୱାମୀ-ସ୍ତ୍ରୀ ପିଟାପିଟି; ଦେଖନ୍ତୁ ଭାଇରାଲ ଭିଡ଼ିଓ

ବାଲେଶ୍ୱର:ପରିବାର ଅଦାଲତକୁ ଆସି ହାତାହାତିି ହେଲେ ଦମ୍ପତି । ସୋମବାର ପରିବାର ଅଦାଲତ ନିକଟରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଉଭୟ ଦମ୍ପତି ହାତ ଉଠାଉଠି ସହ ଗାଳି ଗୁଲଜ କରିବାକୁ ପଛାଇନଥିଲେ । ମହିଳାଙ୍କ ସ୍ବାମୀ ଜଣକ ଏଭଳି ଉକ୍ଷିପ୍ତ ହୋଇଥିଲେ ଯେ ମହିଳାଙ୍କ ସହ ଆସିଥିବା ପଡୋଶୀଙ୍କୁ ବି ହାତ ଉଠାଇ ମାଡ଼ ମାରିଥିଲେ। ଘଟଣା ଅନୁସାରେ ବାଲେଶ୍ଵର ସହ ର ଆକତପୁର ଅଞ୍ଚଳର ସିଦ୍ଧାର୍ଥ ନାୟକ ଯିଏକି ଭୁବନେଶ୍ୱରରେ ଯୋଗାଣ ବିଭାଗରେ କାର୍ଯ୍ୟ କରନ୍ତି ବାହାନଗା ବ୍ଲକ ଗଣ୍ଡସ୍ତ ପୁର ଅଞ୍ଚଳର ସୁବାସିନି ନାୟକଙ୍କୁ ୪ ବର୍ଷ ତଳେ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ ।

ବିବାହର କିଛି ଦିନ ପରେ ଉଭୟଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ମହିଳାଙ୍କୁ ଅକଥନୀୟ ଅତ୍ୟାଚାର ସହ ମହିଳାଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟେ ଅଲଗା ରହିଥିଲେ । ପରବର୍ତ୍ତୀସମୟରେ ସ୍ବାମୀ ସିଦ୍ଧାର୍ଥ ବାଲେଶ୍ଵର ପରିବାର ଅଦାଲତରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଆଜି ଛାଡ଼ପତ୍ର ମାମଲାର ପରିବାର ଅଦାଲତରେ ବିଚାର ଥିବା ହେତୁ ଉଭୟେ ଆସିଥିଲେ । ତେବେ ମହିଳାଙ୍କୁ ଦେଖି ସ୍ବାମୀ ବିରକ୍ତି ପ୍ରକାଶ କରିବା ସହ ଗାଳି କରିବାକୁ ପଛାଇନଥିଲେ । ମହିଳା ଜଣକ ସ୍ଵାମୀଙ୍କ ଏଭଳି ବ୍ୟବହାର ପାଇଁ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିବାରୁ ମହିଳାଙ୍କୁ ତାଙ୍କ ସ୍ଵାମୀ ଟାଣି ଘୋଷାରି ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.