fbpx
BSKY SKY
BSKY SKY

ROOTଙ୍କ ଶିକାର କଲେ ଶାର୍ଦ୍ଦୁଲ; ବିଜୟରୁ ୨ ୱିକେଟ ଦୂରରେ ଭାରତ

BSKY

ନୂଆଦିଲ୍ଲୀ: ଓଭାଲରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟରେ ବିଜୟ ଆଡକୁ ଅଗ୍ରସର ହେଉଛି । ଭାରତ ଓ ବିଜୟ ମଝିରେ ପାଚେରୀ ଭଳି ଛିଡା ହୋଇଥିବା ରୁଟଙ୍କୁ ଆଉଟ କରି ଭାରତର ବିଜୟ ଲକ୍ଷ୍ୟ ସୁନିଶ୍ଚିତ କରିଛନ୍ତି ଶାର୍ଦ୍ଦୁଲ ଠାକୁର । ୩୬୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ପକ୍ଷରୁ ଦୁଇ ଓପ୍ନର ପ୍ରଥମ ୱିକେଟରେ ଶତକୀୟ ଭାଗିଦାରୀ କରିଥିଲେ । ତେବେ ଦଳୀୟ ସ୍କୋର ୧୦୦ରେ ରୋରି ବର୍ଣ୍ଣସଙ୍କୁ ଆଉଟ କରି ଭାରତକୁ ମ୍ୟାଚକୁ ଫେରାଇ ଆଣିଥିଲେ ଶାର୍ଦ୍ଦୁଲ ଠାକୁର । ଏହାପରେ ଜାଡେଜା ଓ ବୁମରା ୨ଟି ଲେଖାଏଁ ୱିକେଟ ନେବାରୁ ୧୦୦/୦ ଥିବା ଇଂଲଣ୍ଡ ୧୪୭ ରନରେ ୬ଟି ୱିକେଟ ହରାଇଥିଲା ।
ଇଂଲଣ୍ଡର ଶେଷ ଆଶା ଭାବରେ କ୍ରିଜରେ ରହିଥିବା ଅଧିନାୟକ ଜୋ ରୁଟଙ୍କୁ ଆଉଟ କରିଥିଲେ ଶାର୍ଦ୍ଦୁଲ ଠାକୁର । ୭୮ ବଲ ଖେଳି ରୁଟ ୩ ଚୌକା ସହିତ ୩୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୁଇ ଓପ୍ନର ରୋରି ବର୍ଣ୍ଣସ(୫୦) ଏବଂ ହସିବ ହମିଦ(୬୩) ରନ ସଂଗ୍ରହ କରିଥିଲେ । ଇଂଲଣ୍ଡକୁ ବିଜୟ ପାଇଁ ୧୬୬ ରନ ଆବଶ୍ୟକ ରହିଥିବା ବେଳେ ଭାରତକୁ ବିଜୟ ପାଇଁ ମାତ୍ର ୨ଟି ୱିକେଟ ଆବଶ୍ୟକ ।

Get real time updates directly on you device, subscribe now.