fbpx
BJD SKY
BJD SKY

ଆଉଥରେ ଲଣ୍ଡନ ଜିତିଲା ଭାରତ; ୧୫୭ ରନର ବିଜୟ ସହ ୨-୧ରେ ଆଗୁଆ

BJD

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟକୁ ୧୫୭ ରନରେ ଜିତି ନେଇଛି ଭାରତ । ୩୬୮ ରନର ପିଛା କରୁଥିବା ଇଂଲଣ୍ଡ ମାତ୍ର ୨୧୦ ରନରେ ସମସ୍ତ ୱିକେଟ ହରାଇବା ସହିତ ୧୫୭ ରନରେ ହାରିଛି । ଏହି ବିଜୟ ସହିତ ଭାରତ ଲଣ୍ଡନରେ କ୍ରମାଗତ ବିଜୟ ହାସଲ କରି ୨-୧ରେ ଅଗ୍ରଣୀ ରହିଛି । ଏହା ପୂର୍ବରୁ ଭାରତ ଲର୍ଡସରେ ମଧ୍ୟ ବିଜୟୀ ହୋଇଥିଲା ।
୩୬୮ ରନର ପିଛା କରୁଥିବା ଇଂଲଣ୍ଡ ପକ୍ଷରୁ ଦୁଇ ଓପ୍ନର ପ୍ରଥମ ୱିକେଟରେ ଶତକୀୟ ଭାଗିଦାରୀ କରିଥିଲେ । ତେବେ ଦଳୀୟ ସ୍କୋର ୧୦୦ରେ ରୋରି ବର୍ଣ୍ଣସଙ୍କୁ ଆଉଟ କରି ଭାରତକୁ ମ୍ୟାଚକୁ ଫେରାଇ ଆଣିଥିଲେ ଶାର୍ଦ୍ଦୁଲ ଠାକୁର । ଏହାପରେ ଜାଡେଜା ଓ ବୁମରା ୨ଟି ଲେଖାଏଁ ୱିକେଟ ନେବାରୁ ୧୦୦/୦ ଥିବା ଇଂଲଣ୍ଡ ୧୪୭ ରନରେ ୬ଟି ୱିକେଟ ହରାଇଥିଲା । ହସିବ ହମିଦ ସର୍ବାଧିକ ୬୩ ରନ୍ କରିଥିଲେ । ଅନ୍ୟତମ ଓପ୍ନର ରୋରି ବର୍ଣ୍ଣସ ୫୦ ରନ କରିଥିଲେ ।
ଇଂଲଣ୍ଡର ଶେଷ ଆଶା ଭାବରେ କ୍ରିଜରେ ରହିଥିବା ଅଧିନାୟକ ଜୋ ରୁଟଙ୍କୁ ଆଉଟ କରିଥିଲେ ଶାର୍ଦ୍ଦୁଲ ଠାକୁର । ୭୮ ବଲ ଖେଳି ରୁଟ ୩ ଚୌକା ସହିତ ୩୬ ରନ କରିଥିଲେ । ରୁଟଙ୍କ ୱିକେଟ ପତନ ପରେ ପରାଜୟ କେବଳ ଏକ ଔପଚାରିକତା ରହି ଯାଇଥିଲା । ଭାରତ ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଜାଡେଜା ଓ ବୁମରା ଘାତକ ବୋଲିଂ କରି ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଦୁଇଟି ଅର୍ଦ୍ଧଶତକ ହାସଲ କରିଥିବା ଶାର୍ଦ୍ଦୁଲ ଠାକୁର ମଧ୍ୟ ୨ଟି ୱିକେଟ ଅକ୍ତିଆର କରିଥିଲେ । ରୋହିତ ଶର୍ମାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.