fbpx

MONEY HEISTରେ ବିରାଟ କୋହଲି ଓ ବବି ଦେଓଲଙ୍କ ଡୁପ୍ଲିକେଟ; ଦେଖିଲେ ହସି ହସି ଗଡିବେ

ନୂଆଦିଲ୍ଲୀ: ସ୍ପାନିଶ ଥ୍ରୀଲର ୱେବ୍ ସିରିଜ ମନି ହେଇଷ୍ଟ ରିଲିଜ ହେବା ସହିତ ଏହା ଦର୍ଶକଙ୍କ ମନ ମୋହିଛି । ଏହି ସିରିଜର ଅନ୍ତିମ ଭାଗର ପ୍ରଥମ ପାର୍ଟ ନେଟଫ୍ଲିକ୍ସରେ ରିଲିଜ ହୋଇ ଯାଇଛି । ସିରିଜଟିକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ମାତ୍ର କିଛି ସେକେଣ୍ଡ ପାଇଁ ସ୍କ୍ରିନରେ ଦେଖା ଦେଇଥିବା ଜଣେ ଅଭିନେତା ଭାରତୀୟଙ୍କ ପାଇଁ ମିମ ଫେଷ୍ଟ ପାଲଟିଛନ୍ତି ।

ସିରିଜର ଗୋଟିଏ ସିନରେ ଦେଖା ଦେଇଥିବା ଜଣେ ପୋଲିସ ଅଫିସର ଅବିକଳ ବିରାଟ କୋହଲି ଏବଂ ବବି ଦେଓଲଙ୍କ ଭଳି ଦେଖା ଯାଉଥିବା ବେଳେ ଏହାକୁ ନେଇ ସୋସିଆଲ ମିଡିଆ ମିମରେ ଭର୍ତ୍ତି ହୋଇଥିଲା । କିଛି ବ୍ୟବହାର କାରୀ ନେଟଫ୍ଲିକ୍ସକୁ ଟ୍ୟାଗ କରି ପଚାରିଛନ୍ତି କ୍ୟାମିଓ ଆପିଅରାନ୍ସ ପାଇଁ ବିରାଟ କୋହଲି କେତେ ଟଙ୍କା ନେଇଛନ୍ତି । ଏହା ସହିତ କିଛି ଲୋକ ଲେଖିଛନ୍ତି ଲର୍ଡ ବବି ଦେଓଲ ନେଟଫ୍ଲିକ୍ସରେ ନିଜର ୱେବ ପଦାର୍ପଣ କରିଛନ୍ତି । ବବି ଦେଓଲ ଏବଂ ବିରାଟ କୋହଲିଙ୍କ ପୁଅ ବୋଲି ମଧ୍ୟ କିଛି ବ୍ୟବହାର କାରୀ ଲେଖିଛନ୍ତି ।

Get real time updates directly on you device, subscribe now.