fbpx

ଏ ସ୍ବାମୀ ସ୍ତ୍ରୀ କୁ ସାବଧାନ ! ସ୍ବାମୀ ପାର୍ଲରରେ କରୁଥିଲା ଗରାଖ ଯୋଗାଡ; ସ୍ତ୍ରୀ ରୁମ୍ ଡାକି ବନାଉ ଥିଲେ ଭିଡ଼ିଓ

ଅନୁଗୋଳ: ସ୍ୱାମୀ-ସ୍ତ୍ରୀ ମିଶି ଚଳାଇଥିଲେ ବଡ ଧରଣର ଦେହ ବେପାର ସହିତ ଲୁଟ କାରବାର । ବଡ଼ବଡ଼ିଆଙ୍କୁ ଟାର୍ଗେଟ୍ କରି ଫେସବୁକରେ ସମ୍ପର୍କ ଯୋଡ଼ୁଥିଲେ । ନିଜର ଭଡା ଘର ରୁମ କୁ ଡାକି ଯୌନ ସମ୍ବନ୍ଧ ରଖୁଥିଲେ ଓ ଏହି ସମୟର ଭିଡିଓ କୌଶଳକ୍ରମେ ସୁଟିଂ କରି ବ୍ଲାକମେଲିଂ କରୁଥିଲେ । ଦୁଷ୍କର୍ମ କେସ୍ ରେ ଫସାଇ ଦେବି କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଏହି ଦେହ ବେପାରରେ ଦଲାଲ୍ ସାଜିଥିଲା ସ୍ୱାମୀ । ଏଭଳି ଢଙ୍ଗରେ ଦେହ କାରବାର କରି ଲୋକଙ୍କୁ ଲୁଟୁଥିବା ଅଭିଯୋଗରେ ଏକ ଦମ୍ପତ୍ତିଙ୍କୁ ରବିବାର ଗିରଫ କରିଛି ଅନୁଗୁଳ ଥାନା ପୁଲିସ୍ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସହର ଉପକଣ୍ଠ ତୁରଙ୍ଗ ଅଞ୍ଚଳର । ଜଣେ ଯୁବକଙ୍କୁ ବ୍ଲାକମେଲିଂ କରି ଏକ ଲକ୍ଷ ୨୯ ହଜାର ଟଙ୍କା ଲୁଟିବା ନେଇ ଅଭିଯୋଗର ଖୋଳତାଡ଼ ପରେ ପୁଲିସ ଏ ଏହି ଘଟଣାର ପର୍ଦାଫାଶ କରିଛି । ମହିଳାଙ୍କଠାରୁ ଲୁଟ୍ ମୋବାଇଲ୍ ସହ ତାଙ୍କ ଘରୁ ବିପୁଳ ପରିମାଣର ଆପତ୍ତିଜନକ ଜିନିଷ ଓ ମହିଳାଙ୍କ ନଗ୍ନ ଫଟୋ ପୁଲିସ ଜବତ କରିଥିବା ଜଣାପଡ଼ିଛି ।

ପୁଲିସ୍ ସୂଚନା ମୁତାବକ, ଅନୁଗୁଳ ସହର ଗାନ୍ଧିମାର୍ଗରେ ରାଜୀବ ଅଗ୍ରୱାଲ୍ ଓ ତାଙ୍କ ପୁଅ ଅଭିଷେକ ରହୁଛନ୍ତି । ୨୦୧୯ ମସିହାରେ ବାପ-ପୁଅଙ୍କୁ ଟାର୍ଗେଟ୍ କରିଥିଲେ ଏହି ବିବାହିତା ମହିଳା (୩୭) । ତାଙ୍କର ଏକ ବିୟୁଟି ପାର୍ଲର ରହିଥିବା ବେଳେ ସେଠାରେ ସେ ରାଜୀବଙ୍କ ସହ ଭେଟ ହୋଇଥିଲେ। ଏହାସହ ପରେ ରାଜୀବଙ୍କ ପୁଅ ଅଭିଷେକଙ୍କ ସହ ବନ୍ଧୁତା ରଖିଥିଲେ । ଉଭୟ ବାପା-ପୁଅଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସେ ଅଫର ଦେଇଥିଲେ । ବାପ-ପୁଅ ବିଭିନ୍ନ ସମୟରେ ଯାଇ ଶାରୀରିକ ସମ୍ପର୍କ ରଖିବା ସହ ଏହି ବାବଦକୁ ମୋଟା ଅଙ୍କର ଟଙ୍କା ଦେଇଛନ୍ତି । ତେବେ ଏହି ମହିଳା ଜଣକ ଉଭୟ ବାପ-ପୁଅଙ୍କ ସହ ଅନୈତିକ ସମ୍ପର୍କର ଭିଡିଓ ସୁଟିଂ କରିଥିଲେ । ଆଉ ଭିଡିଓ କୁ ନେଇ ଉକ୍ତ ମହିଳା ବାପପୁଅଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ ।

ଗତ ୨୫ ତାରିଖ ସନ୍ଧ୍ୟାରେ ଅଭିଷେକଙ୍କୁ ତାଙ୍କ ଘରକୁ ଡାକିଥିଲେ ଅଭିଯୁକ୍ତ ମହିଳା । ଖାଲି ସେତିକି ନୁହେ ଫୋନ୍ କରି ବାପାଙ୍କୁ ଡାକିବା ସହ ଟଙ୍କା ଧରି ଆସିବାକୁ କହିଥିଲେ । ଫୋନ୍ ପେ’ ଜରିଆରେ ତାଙ୍କ ଆକାଉଣ୍ଟରୁ ଲକ୍ଷେ ୨୯ ହଜାର ଟଙ୍କା ଲୁଟି ନେଇଥିଲେ । କୌଶଳ କ୍ରମେ ଅଭିଷେକ ସେଠାରୁ ଚାଲି ଆସିଥିବା ବେଳେ ତାଙ୍କୁ ମେସେଜ୍ କରି ଟଙ୍କା ମାଗିଥିଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ । ଏଥିରେ ଅଭିଷେକ ଶୁକ୍ରବାର ଅନୁଗୁଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଳେ ଦମ୍ପତିଙ୍କ କାରନାମା ଜାଣିବାକୁ ପାଇଥିଲା । ତାଙ୍କ ଘରେ ଚଢ଼ାଉ କରିବା ସହିତ ଉଭୟ ପତି-ପତ୍ନୀଙ୍କୁ ରବିବାର ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ଏହି ମହିଳା ପ୍ରତିଷ୍ଠିତ ବ୍ୟକ୍ତି ଓ ସରକାରୀ ଚାକିରିଆଙ୍କୁ ଟାର୍ଗେଟ କରୁଥିଲେ । ଯୌନ ସମ୍ପର୍କ ବେଳର ଭିଡିଓକୁ ଏକ ପେନ୍ କ୍ୟାମେରାରେ ଗ୍ରାହକଙ୍କ ଅଜାଣତରେ ରେକର୍ଡିଂ କରୁଥିବା ପୁଲିସ୍ ଜାଣିବାକୁ ପାଇଛି। ତେବେ ଏହି ପେନ୍ କ୍ୟାମେରା ପୁଲିସ୍ର ହସ୍ତଗତ ହୋଇନଥିବା ଜଣାପଡ଼ିଛି । ତେବେ ମହିଳାଙ୍କ ପକ୍ଷରୁ ଥାନାରେ ପାଲଟା ଅଭିଯୋଗ ହୋଇଥିଲା । ଉଭୟ ବାପ-ପୁଅ ମିଶି ତାଙ୍କୁ ବଳାତ୍କାର କରିଥିବା ମହିଳା ଜଣକ ଥାନାରେ ଏତଲା ଦେଇଥିଲେ । ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିବା ଏବଂ ଏଥିପାଇଁ ମୌସୁମୀ ଟଙ୍କା ନେଇଥିବାର ପ୍ରମାଣ ମିଳିବା ପରେ ଉକ୍ତ ରାଜୀବ ଅଗ୍ରୱାଲ୍ ଓ ତାଙ୍କ ପୁଅ ଅଭିଷେକ ଅଗ୍ରୱାଲ୍ କୁ ସମେତ ଏଥିରେ ସମ୍ପୃକ୍ତି ଥିବା ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.