fbpx
BSKY SKY
BSKY SKY

ଏ ଝିଅ ଏ ଡ୍ରେସ ସବୁ ଖୋଲିପକା; ଏମିତି କହି ଫସିଲେ ପ୍ରଧାନ ଶିକ୍ଷକ

BSKY

ନୂଆଦିଲ୍ଲୀ: ଛାତ୍ରୀଙ୍କ ୟୁନିଫର୍ମକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ପ୍ରିନ୍ସିପାଲ । ଗୁରୁଙ୍କୁ ଦେବତା ବୋଲି ଗ୍ରହଣ କରାଯାଉଥିବା ବେଳେ ଗୁରୁଦିବସର ଦିନକ ପରେ ଗିରଫ ହୋଇଛନ୍ତି ସ୍କୁଲର ପ୍ରିନ୍ସିପାଲ । ୟୁନିଫର୍ମ ପିନ୍ଧିନଥିବା ତିନି ଜଣ ଝିଅଙ୍କୁ କପଡା ଖୋଲିବାକୁ କହିବାରୁ ପ୍ରିନ୍ସିପାଲଙ୍କୁ ଗିରଫ କରାଯାଇଛି । ତିନି ଜଣ ଝିଅ ସ୍କୁଲ ୟୁନିଫର୍ମ ପିନ୍ଧିନଥିବା ବେଳେ ପ୍ରଧାନଶିକ୍ଷକ ଏହାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ । ଏପରିକି ପିନ୍ଧିଥିବା ଡ୍ରେସ ଖୋଲିବା ପାଇଁ ମଧ୍ୟ କହିଥିଲେ । ଏହି ଘଟଣା ପାଇଁ ମଚଲପୁର ଥାନାରେ ଅଭିଯୋଗ କରାଯାଇଥିଲା ।

ପ୍ରିନ୍ସିପାଲ ରାଧାଶ୍ୟାମ ମାଲବୀୟ(୫୦)ଙ୍କ ନାମରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ନେଇଛି । ୟୁନିଫର୍ମ ସିଲେଇ ହୋଇନଥିବା କାରଣରୁ ସେମାନେ ୟୁନିଫର୍ମ ପିନ୍ଧିନଥିବା ନେଇ ୩ ବାଳିକା ଉତ୍ତର ଦେଇଥିଲେ ହେଁ ଏଥିରେ ଉତକ୍ଷିପ୍ତ ହୋଇ ତୁରନ୍ତ ପିନ୍ଧିଥିବା ଡ୍ରେସ ଖୋଲିବା ପାଇଁ ପ୍ରିନ୍ସିପାଲ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ପରେ ପୋକ୍ସୋ ଆକ୍ଟ ଆଧାରରେ ପ୍ରିନ୍ସିପାଲଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.