fbpx

୧୦୦ ୱିକେଟ କ୍ଲବରେ ବୁମରା ଦ୍ରୁତତମ ଫାଷ୍ଟ ବୋଲର

ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି ଭାରତୀୟ ସ୍ପିଡଷ୍ଟର ଜସପ୍ରୀତ ବୁମରା । ବୁମରା ନିଜର ୨୪ ତମ ଟେଷ୍ଟରେ ୧୦୦ ତମ ୱିକେଟ ଅକ୍ତିଆର କରିବା ସହିତ କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କୁ ପଛରେ ପକାଇ ଦେଇଛନ୍ତି । କପିଳ ୨୫ତମ ଟେଷ୍ଟରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ । ପ୍ରଥମ ଇନିଂସରେ ସର୍ବାଧିକ ରନ ହାସଲକାରୀ ଓଲି ପୋପଙ୍କୁ ବୋଲ୍ଡ କରି ବୁମରା ଟେଷ୍ଟ କ୍ରିକେଟରେ ନିଜର ଶତକୀୟ ଉପଲବ୍ଧି ହାସଲ କରିଥିଲେ । ପେସ ବୋଲରଙ୍କ ମଧ୍ୟରେ କପିଳ ଦେବ (୨୫), ମହମ୍ମଦ ସାମି(୨୯) ଏବଂ ଇର୍ଫାନ ପଠାନ(୨୯) ପ୍ରଥମ ୩ ସ୍ଥାନରେ ରହିଥିଲେ । ୩ ବର୍ଷ ତଳେ ପଦାର୍ପଣ କରିଥିବା ବୁମରା ସାଉଥ ଆଫ୍ରିକା ବିପକ୍ଷ ପଦାର୍ପଣ ସିରିଜରେ ୧୪ଟି ୱିକେଟ ଅକ୍ତିଆର କରିଥିଲେ ।
ଦ୍ରୁତତମ ଭାରତୀୟ ବୋଲର ଭାବରେ ମାତ୍ର ୧୮ ଟେଷ୍ଟରୁ ଅଶ୍ୱିନ ୧୦୦ ୱିକେଟ ହାସଲ କରିଥିବା ବେଳେ ଏରାପଲ୍ଲୀ ପ୍ରସନ୍ନା ୨୨ଟେଷ୍ଟରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ଅନୀଲ କୁମ୍ବଲେ(୨୧), ସୁଭାଷ ଗୁପ୍ତେ(୨୨), ବିଏସ ଚନ୍ଦ୍ରଶେଖର(୨୨), ପ୍ରଜ୍ଞାନ ଓଝା(୨୨) ଏବଂ ବିନୁ ମଙ୍କଡ(୨୩) ଏହି ତାଲିକାରେ ପଛକୁ ପଛ ରହିଛନ୍ତି । ୨୪ ଟେଷ୍ଟ ଖେଳିଥିବା ବୁମରାଙ୍କ ଆଭରେଜ ୨୨.୬୨ ରହିଥିବା ବେଳେ ୬ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି । ବୁମରାଙ୍କ ୧୦୦ ୱିକେଟ ୯୬ଟି ବିଦେଶ ମାଟିରେ ଆସିଛି ।

Get real time updates directly on you device, subscribe now.