fbpx

ମିଶ୍ରଣ ହୋଇଯିବ OLA-Uber!

Advertisement

ନୂଆଦିଲ୍ଲୀ: କ୍ୟାବ କମ୍ପାନୀ ଓଲା ଓ ଉବରକୁ ନେଇ ଏକ ନୂଆ ସୂଚନା ଆସିଛି । ଦୁଇ କମ୍ପାନୀ ମିଶ୍ରଣ ହୋଇଯିବେ ବୋଲି ଚର୍ଚ୍ଚା ହେଉଛି । ତେବେ କୌଣସି ମିଶ୍ରଣ ହେଉ ନଥିବା ନେଇ ଓଲାର ଫାଉଣ୍ଡର ଭାବିଶ ଅଗ୍ରୱାଲ ସ୍ପଷ୍ଟ କରିଛନ୍ତି । ଏହି ଖବରକୁ ସେ ଗୁଜବ ବୋଲି କହିଛନ୍ତି ।

କ୍ୟାବ କମ୍ପାନୀ ଓଲା ଓ ଉବର ମିଶ୍ରଣ ନେଇ ନିକଟରେ ଅନେକ ଚର୍ଚ୍ଚା ହେଉଥିଲା । ତେବେ ଏନେଇ ଭାବିଶ ଟ୍ୱିଟରେ ଲେଖିଛନ୍ତି, ଆମେ ବହୁତ ପ୍ରଫିଟ କମାଇବା ସହ କମ୍ପାନୀର ଅଭିବୃଦ୍ଧି ଘଟୁଛି । ଯଦି ଅନ୍ୟ କୌଣସି କମ୍ପାନୀ ମାର୍କେଟ ଛାଡ଼ିବାକୁ ଚାହୁଁଛି, ତେବେ ତାକୁ ସ୍ୱାଗତ । ଆମ କମ୍ପାନୀ କୌଣସି କମ୍ପାନୀ ସହ ମର୍ଜର ହେବ ନାହିଁ ।

ସୂଚନାଯୋଗ୍ୟ ଯେ, ଓଲା ଅଧିକାରୀଙ୍କର ଉବରର କଥାବାର୍ତ୍ତା ଚାଲିଛି ବୋଲି ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ଉବର ପକ୍ଷରୁ ଖାରଜ କରାଯାଇଥିଲା । ବର୍ତ୍ତମାନ ସମୟରେ ଏହି ଦୁଇ କମ୍ପାନୀ ଭାରତୀୟ ବଜାରରେ ବହୁତ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି । ପରିସ୍ଥିତି ଦୃଷ୍ଟିରୁ ଓଲା ନିଜର ଗ୍ରୋସରୀ ବିଜିନେସ୍ ବନ୍ଦ କରିଦେଇଥିବା ବେଳ ଉବର ନିଜର ‘ଉବର ଇଟସ’କୁ ଜୋମାଟୋକୁ ବିକ୍ରି କରିଦେଇଛି । ମାର୍କେଟ ପ୍ରତିଯୋଗିତାକୁ ଦେଖି ଦୁଇ କମ୍ପାନୀ ସମୟ ସୁଯୋଗ ଦେଖି ଗ୍ରାହକଙ୍କୁ ବଡ଼ ଧରଣର ରିହାତି ପ୍ରଦାନ କରିଥିଲେ ।

Get real time updates directly on you device, subscribe now.