ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ଲୋଭାର୍ଥୀଙ୍କ ସଂଖ୍ୟାରେ କଲେ ବୃଦ୍ଧି

ନୂଆଦିଲ୍ଲୀ- ରାଜ୍ୟର ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ପୂର୍ବ ବାର୍ଦ୍ଧକ୍ୟ ଭତ୍ତାର ସଂଖ୍ୟାକୁ ବଢାଇଛନ୍ତି ସରକାର । ପୂର୍ବ ତାଲିକାରେ ଆଉ ୮୦ ହଜାର ନୂଆ ଲାଭାର୍ଥୀଙ୍କୁ ସଂଯୋଗ କରିଛନ୍ତି ସରକାର । ଫଳରେ ୫.୩ ଲକ୍ଷ ବୃଦ୍ଧ ଓ ବୃଦ୍ଧା ପାଇବେ ବାର୍ଦ୍ଧକ୍ୟ ଭତ୍ତା । ଏମିତି ସୂଚନା ଦେଇଛନ୍ତି ଦିଲ୍ଲୀ ସରକାର । ସାମାଜିକ କଲ୍ୟାଣ ପାଇଁ ଦିଲ୍ଲୀ ସରକାର ପ୍ରତିବଦ୍ଧ ଓ ଏହାକୁ ନେଇ କ୍ୟାବିନେଟ ବାର୍ଦ୍ଧକ୍ୟ ଭତ୍ତା ସମ୍ବନ୍ଧିତ ଏକ ପ୍ରସ୍ତାବରେ ମୋହର ମାରିଥିବା ସୂଚନା ଦେଇଛନ୍ତି ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

ରବିବାରକୁ ଦିଲ୍ଲୀ ସରକାର ଭତ୍ତା ପାଇଁ ଆବେଦନ କରିବାକୁ ଏକ ପୋର୍ଟାଲର ଆରମ୍ଭ କରିଛି । କେଜରିୱାଲ ଦାବି କରିଛନ୍ତି କି, ଆଗରୁ ୧୦ ହଜାର ଆବେଦନ ମିଳିଥିଲା । କିନ୍ତୁ ସେ ଜେଲରେ ଥିବା ବେଳେ ଭାରତୀୟ ଜନତା ଦଳ ପେନସନକୁ ଅଟକାଇ ଦେଇଥିଲା । ତେଣୁ ବାହାରକୁ ଆସିବା ପରେ ନାହିଁ କେବଳ ଅଟକିଥିବା ପେନସନ ଲାଗୁ କରାଯାଇଛି, ବରଂ ୮୦ ହଜାର ନୂଆ ଲାଭାର୍ଥୀଙ୍କୁ ଏଥିରେ ଯୋଡା ଯାଇଛି । ଫଳରେ ଏବେ ଲାଭାର୍ଥୀଙ୍କ ସଂଖ୍ୟା ବଢି ୫.୩ ଲକ୍ଷ ହୋଇଛି .

ଆଗକୁ ଅରବିନ୍ଦ ଦାବି କରିଛନ୍ତି କି, ଦିଲ୍ଲୀରେ ବାର୍ଦ୍ଧକ୍ୟ ଭତ୍ତା ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରହିଛି । ୬୦-୬୯ ବର୍ଷ ଭିତରେ ବୟସ୍କଙ୍କୁ ୨ହଜାର ଟଙ୍କା ଓ ୭୦ ବର୍ଷ ତଥା ତାଠାରୁ ଅଧିକ ବୟସର ବ୍ୟକ୍ତି ବିଶେଷଙ୍କୁ ୨,୫୦୦ ଟଙ୍କା ପ୍ରଦାନ କରାଯାଉଛି ।