୧୦୦-୧୦୨ ବର୍ଷରେ ବିବାହ କରି ପ୍ରକୃତ ପ୍ରେମର ଶିକ୍ଷା ଦେଲେ ବୃଦ୍ଧ ଦମ୍ପତି, ମିଳିଲା ଗିନିଜ୍ ବୁକ୍ ଆୱାର୍ଡ

ଓଡ଼ିଶା ଭାସ୍କର: ପ୍ରେମ କେବେ ଜାତି, ଧର୍ମ ଓ ବର୍ଣ୍ଣର ବାଛ ବିଚାର ରଖେ ନାହିଁ । ଏହା କେତେବେଳେ , କିପରି ଓ କାହା ସହ ହୋଇଥାଏ ତାହା ମଧ୍ୟ କାହାକୁ ଜଣାନାହିଁ । ପ୍ରେମର ଅନେକ ଅର୍ଥ ରହିଛି ଆଉ ତାକୁ ଯିଏ ଯେଉଁ ପ୍ରକାରରେ ବୁଝିଥାଏ ତାହା ହିଁ ସର୍ମ୍ପକର ମୁଳତତ୍ୱ । ପ୍ରେମବିନା ଜୀବନ ରଙ୍ଗ ହୀନ । କେବେ ଏହା ଆଖିରେ ଆଖିରେ ହୁଏ ତ କେବେ ପୁଣି ଇସାରାରେ । ହେଲେ ଏବେ ଏହି ପ୍ରେମର ସଂଜ୍ଞା ବଦଳିଲାଣି, ଏହା ଆଉ ତ୍ୟାଗ ନହୋଇ ଭୋଗ ଆଡ଼କୁ ସଙ୍କ୍ରମଣ ହେଲାଣି । ଏହିଭଳି କିଛି ହୀନକାର୍ଯ୍ୟ ଯୋଗୁଁ ଆଜି ପ୍ରେମର ସଜ୍ଞା ବଦଳିଯାଇଛି । ପ୍ରକୃତ ଭଲ ପାଇବା ଓ ପ୍ରେମର ପରିଭାଷାକୁ ବୁଝିବା ପାଇଁ ଦିନେ କି ଦୁଇଦିନ କିଛି ନୁହେଁ ସାରା ଜୀବନ ବି କମ ପଡିଥାଏ ।

ହେଲେ ଏଠି କାହାଣୀ ପୁରା ଓଲଟା, ୧୦୦-୧୦୨ ବର୍ଷରେ ବିବାହ କରି ସମାଜକୁ ପ୍ରକୃତ ପ୍ରେମର ଶିକ୍ଷା ଦେଲେ ବୃଦ୍ଧ ଦମ୍ପତି । ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏମିତି ସାଥୀ ଦରକାର, ଯାହାଙ୍କ ସହ ସେ ନିଜ ମନର କଥା କହିପାରିବେ ଏବଂ ସୁଖ ଦୁଃଖ ବାଣ୍ଟିପାରିବେ । ବୋଧହୁଏ ବୟସ ସହିତ ଏହାର କୌଣସି ସମ୍ପର୍କ ନାହିଁ । ସେଥିପାଇଁ ଜଣେ ବୃଦ୍ଧ ଦମ୍ପତି ୧୦୦ ବର୍ଷ ବୟସରେ ପୁନଃ ବିବାହ କରିଛନ୍ତି । ଦୁହେଁ ବୃଦ୍ଧାଶ୍ରମରେ ବିବାହ କରିଥିଲେ। ଆମେରିକାର ଫିଲାଡେଲଫିଆ ରାଜ୍ୟରେ ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଛି ।

ସୋସିଆଲ ମିଡିଆରେ ମଧ୍ୟ ଏହି ବିବାହକୁ ନେଇ ଅନେକ ଚର୍ଚ୍ଚା ହେଉଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାର୍ଜୋରି ଫିଟରମ୍ୟାନ୍ (୧୦୨) ଓ ବର୍ନି ଲିଟମୋନ୍ (୧୦୦) ଦୁହେଁ ଗୋଟିଏ ବୃଦ୍ଧାଶ୍ରମରେ ରୁହନ୍ତି। ଦୁହେଁ ଗତ ୯ ବର୍ଷ ହେବ ଗୋଟିଏ କୋଠରୀରେ ରହୁଛନ୍ତି। ସେମାନେ ସବୁବେଳେ ପରସ୍ପରର ଯତ୍ନ ନେଉଥିବାରୁ ସେମାନଙ୍କ ମଧ୍ୟରେ ପ୍ରେମ ବଢିବାରେ ଲାଗିଲା । ସେମାନେ ଚଳିତ ବର୍ଷ ଜୁନ ମାସରେ ବିବାହ କରିଥିବା ବେଳେ, ଚଳିତ ମାସ ତିନି ତାରିଖରେ ଗିନିଜ୍ ବୁକ୍ ଆୱାର୍ଡ ମିଳିଛି। ଏହା ସମାଜକୁ ଏକ ଭଲ ଶିକ୍ଷା ବୋଲି ବିଭିନ୍ନ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।