ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା

ଢେଙ୍କାନାଳ କପିଳାସ ରେଞ୍ଜ ଆମ୍ବନାଳି ଗାଁ ନିକଟରେ ଅଘଟଣ । ଆମ୍ବ ଗୋଟାଇବାକୁ ଯାଇଥିବା ବୃଦ୍ଧାଙ୍କୁ ଦଳି ମାରିଦେଲା ଦନ୍ତା ।

ଢେଙ୍କାନାଳ:  ଆମ୍ବ ତୋଟାରେ ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କପିଳାସ ରେଞ୍ଜ ଆମ୍ବନାଳି ଗାଁ ନିକଟରେ ।

ଭାମା ସାହୁ ନାମକ ଜଣେ ବୃଦ୍ଧା ଗାଁ ମୁଣ୍ଡ ଆମ୍ବତୋଟାକୁ ପାଚିଲା ଆମ୍ବ ଗୋଟାଇବାକୁ ଯାଇଥିଲେ । ହେଲେ ତୋଟା ଭିତରେ ଲୁଚି ରହିଥିବା ଦନ୍ତା ହାତୀ ବିଷୟରେ ଅବଗତ ନଥିଲେ ବୃଦ୍ଧା । ହଠାତ୍ ଦନ୍ତା ତା ଶୁଣ୍ଢରେ ବୃଦ୍ଧାଙ୍କୁ କଚାଡ଼ି ଦେଇ ତାଙ୍କ ମୁଣ୍ଡକୁ ଦଳିଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଛି ।

 

ସୂଚନାପାଇ, ଘଟଣା ସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ବନ ବିଭାଗ ଅବହେଳା ଯୋଗୁଁ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବହୁ ଧନ ଜୀବନ ନଷ୍ଟ ହେଉଛି।