fbpx
BSKY
BJD YOUTH SKY
BJD MS SKY

ବଡ଼ ଖୁସି ଖବର: ୨୦ ଫୁଟ ଗଭୀର ବୋରୱେଲ ଭିତରୁ ଉଦ୍ଧାର ହେଲେ ବୃଦ୍ଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗ୍ରାମରେ ଘଟିଥିବା ଅଘଟଣକୁ ନେଇ ଆସିଛି ଏକ ଖୁସି ଖବର । ୨୦ ଫୁଟ ବୋରୱେଲ ଭିତରେ ଖସି ପଡ଼ିଥିବା ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ପାଖାପାଖି ୫ ଘଣ୍ଟାର ଅପରେସନ ପରେ ଅଗ୍ନିଶମ ବାହିନୀ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ (ଏନଡିଆରଏଫ)ର କର୍ମଚାରୀଙ୍କୁ ମିଳିଛି ଏହି ବଡ଼ ସଫଳତା ।

ସୂଚନା ମୁତାବକ, ବୃଦ୍ଧାଙ୍କୁ ୨୦ ଫୁଟର ବୋରୱେଲ ଭିତରୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ବୃଦ୍ଧାଙ୍କୁ ଉଦ୍ଧାର ପରେ ଏବେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ନିଆଯାଇଛି । ଯେଉଁଠି ବୃଦ୍ଧା ଖସି ପଡ଼ିଥିଲେ ତା’ ନିକଟରେ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଯାଇଥିଲା । ୮୦ ବର୍ଷୀୟା ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ରହିଥିବା ଜଣାପଡ଼ିଛି । ତେବେ ଗାତ ଭିତରେ ବୃଦ୍ଧାଙ୍କ ନିକଟରେ ଏକ ଚିତି ସାପ ରହିଥିଲା ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ।

ତେବେ ଉକ୍ତ ବିଷଧର ସାପଟି ଟିକେ ଦୂରରେ ରହିଥିବାରୁ ସେ ବୃଦ୍ଧାଙ୍କୁ କାମୁଡ଼ି ନଥିଲା । ଏହି ବୋରୱେଲ କିଏ ଓ କାହିଁକି ଖୋଳିଥିଲା ସେନେଇ ତଦନ୍ତ ହେବ । ଏଥିସହିତ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବର୍ଣ୍ଣପୁର ଏସପି କହିଛନ୍ତି । ପୂର୍ବରୁ ବୃଦ୍ଧାଙ୍କ ନିକଟକୁ ପାଇପ୍ ଯୋଗେ ଅକ୍ସିଜେନ ପହଞ୍ଚା ଯାଇଥିଲା । ସମସ୍ତଙ୍କର କଠିନ ପ୍ରୟାସ ଫଳରେ ବୃଦ୍ଧା ଜଣଙ୍କ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।

Get real time updates directly on you device, subscribe now.