fbpx

ଦେଶର ସବୁଠୁ ପୁରୁଣା ରୟାଲ ବେଙ୍ଗଲ ଟାଇଗରର ମୃତ୍ୟୁ

ନୂଆଦିଲ୍ଲୀ: ଭାରତ ତଥା ଦୁନିଆର ସବୁଠୁ ବୃଦ୍ଧ ବା ସବୁଠୁ ପୁରୁଣା ବାଘ ରାଜାର ମୃତ୍ୟୁ ଘଟିଛି । ଏସକେବି ଉଦ୍ଧାର କେନ୍ଦ୍ରର ଅଧିକାରୀ କହିଛନ୍ତି ୨୬ ବର୍ଷ ବୟସରେ ରାଜାର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ଆଲିପୁରଦ୍ୱର ସ୍ଥିତ ଟାଇଗର ପୁନର୍ବାସ କେନ୍ଦ୍ରରେ ରାଜା ବାଘକୁ ରଖାଯାଇଥିଲା। ରୟାଲ ବେଙ୍ଗଲ ଟାଇଗର ରାଜାର ବୟସ ୨୬ ବର୍ଷ ୧୦ ମାସ ୧୮ ଦିନ ଥିଲା  । ବନ ବିଭାଗ ମଧ୍ୟ ରାଜାର ୨୩ ଅଗଷ୍ଟରେ ରାଜାର ଆଗାମୀ ଜନ୍ମଦିନ ପାଇଁ ପ୍ରସ୍ତୁତି ଚଳାଇଥିଲା ।

ଏସକେବି ଉଦ୍ଧାର କେନ୍ଦ୍ର ଅନୁଯାୟୀ ସୋମବାର ଦିନ ପ୍ରାୟ ୩ ଟା ସମୟରେ ବାଘ ରାଜାର ମୃତ୍ୟୁ ଘଟିଛି । ବନ ବିଭାଗର ଅଧିକାରୀ କହିଛନ୍ତି ଯେ ବୃଦ୍ଧାବସ୍ଥା ହେତୁ ରାଜା ଗତ କିଛି ଦିନ ହେବ ଖାଦ୍ୟ ଖାଉ ନଥିଲା। ରାଜାର ମୃତ୍ୟୁ ପରେ ଆଲିପୁରଦ୍ୱର ଜିଲ୍ଲା ମାଜିଷ୍ଟ୍ରେଟ ସୁରେନ୍ଦ୍ର କୁମାର ମୀନା, ଜଙ୍ଗଲ ନିର୍ଦ୍ଦେଶାଳୟ ଦୀପକ ଏମ ଏବଂ ଜଙ୍ଗଲ ବିଭାଗର ଅଧିକାରୀମାନେ ରୟାଲ ବେଙ୍ଗଲ ଟାଇଗର ରାଜାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବନ ବିଭାଗର ଅଧିକାରୀ କହିଛନ୍ତି ଯେ ୨୦୦୬ ରେ ସୁନ୍ଦରବନରୁ ଆହତ ଅବସ୍ଥାରେ ରାଜାକୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ପଶ୍ଚିମବଙ୍ଗର ଆଲିପୁରଦ୍ୱର ଟାଇଗର ପୁନର୍ବାସ କେନ୍ଦ୍ରକୁ ପଠାଯାଇଥିଲା । ଏହିଠାରେ ଏହାର ଚିକିତ୍ସା କରାଯାଇଥିଲା  । ବିଭାଗର ସୂଚନାନୁସାରେ, ସୁନ୍ଦରବାନରେ ମାତାଲା ନଦୀ ପାର ହେଉଥିବାବେଳେ ରାଜାକୁ ଏକ କୁମ୍ଭୀର ଆକ୍ରମଣ କରିଥିଲା ଯେଉଁଥିରେ ସେ ଗୁରୁତର ହୋଇଯାଇଥିଲା ।

ଜିଲ୍ଲା ମାଜିଷ୍ଟ୍ରେଟ ସୁରେନ୍ଦ୍ର କୁମାର ମୀନା କହିଛନ୍ତି ଯେ ଗତ କିଛି ଦିନ ହେବ ରାଜା ଅସୁସ୍ଥ ଥିଲା ଏବଂ ସେ କିଛି ଦିନ ପୂର୍ବରୁ ଖାଦ୍ୟ ମଧ୍ୟ ଖାଉ ନଥିଲା । ରାଜାର ପୋଷ୍ଟମର୍ଟମ କରାଯାଇଛି, ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି।

 

Get real time updates directly on you device, subscribe now.