fbpx

ଅମିତ ଶାହ ଓ ବିଜେପିର ଯାତ୍ରା ପୁସ୍ତକ ଉନ୍ମୋଚନ: ଧର୍ମେନ୍ଦ୍ର କହିଲେ ଓଡ଼ିଶାରେ ବିଜେପି ରାଜ୍ କରିବ, ସୌମ୍ୟ କହିଲେ ରାଜନୀତି ପାର୍ଟ ଟାଇମ୍ ଜବ୍ ନୁହେଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜୀବନ ଉପରେ ଲିଖିତ ପୁସ୍ତକ ‘ଅମିତ ଶାହ ଓ ବିଜେପିର ଯାତ୍ରା’ର ଉନ୍ମୋଚନ ଅବସରରେ ଏକାଠି ହୋଇଥିଲେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ । ତେବେ ଏହି ମଞ୍ଚରେ ବସିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁସ୍ତକର ଲେଖକ ଅନିର୍ବାଣ ଗାଙ୍ଗୁଲି, ବରିଷ୍ଠ ସାମ୍ବାଦିକ ସ୍ୱପନ ଦାସଗୁପ୍ତା, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଅନେକ ବୁଦ୍ଧିଜୀବୀ ।

ତେବେ ଶାହଙ୍କ ଉପରେ ଭାଷଣ ଦେଉ ଦେଉ ଧର୍ମେନ୍ଦ୍ର ଓଡ଼ିଶାର ରାଜନୀତି ଆଡ଼କୁ ଚାଲି ଯାଇଥିଲେ । ସେ କହିଥିଲେ, ଏହି ପୁସ୍ତକଟି ସଠିକ୍ ଭାବେ ଅନୁବାଦ କରାଯାଇଛି । ଏଥିରେ ଓଡ଼ିଆ ଭାଷା, ସାହିତ୍ୟର ସଂସ୍କାର ରହିଛି । ବିଜେପି ଓଡ଼ିଶାରେ ଏକ ନମ୍ବର ଦଳ ହେବା ପାଇଁ ପ୍ରୟାସ କରୁଛି । ଏକ ସମୟ ଥିଲା ରାଜ୍ୟରେ ବିଜେପି ୧୪ ପ୍ରତିଶତରୁ କମ୍ ଭୋଟ ପାଉଥିଲା । ମାତ୍ର ଏବେ ତାହା ୩୮ ପ୍ରତିଶତ ମଧ୍ୟରେ ରହୁଛି ।

ତେବେ ଧର୍ମେନ୍ଦ୍ରଙ୍କ ବକ୍ତବ୍ୟର ଉତ୍ତର ଉପରେ ମତ ରଖିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସେ କହିଥିଲେ, ପ୍ରତ୍ୟେକ ରାଜନୈତିକ ଦଳ ସର୍ବଦା ଏକନମ୍ବର ହେବା ପାଇଁ ପ୍ରୟାସ କରିଥାନ୍ତି । ପୂର୍ବ କାଳରେ ରାଜନୈତିକ ଦଳମାନେ ଜାତି, ଧର୍ମ ଆଧାରରେ ଭୋଟ ହାତେଇବାରେ ସକ୍ଷମ ହେଉଥିଲେ । ମାତ୍ର ଏବେ ସମାଜର ବିଭିନ୍ନ ବର୍ଗଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ହିତାଧିକାରୀ ବର୍ଗ ସୃଷ୍ଟି କରାଯାଉଛି । କେବଳ ବିଜେପିର କର୍ମକର୍ତ୍ତା ନୁହନ୍ତି, ଅନ୍ୟ ଦଳର ନେତା ଓ କର୍ମୀମାନେ ଏହି ବହିକୁ ପଢ଼ିବା ଆବଶ୍ୟକ । ବିଜେପି ଏକ ପାର୍ଟ ଟାଇମ୍ ଜବ୍ ନୁହେଁ, ରାଜନୀତିକୁ ବୃତ୍ତି କରିବାକୁ ହେଲେ ଚବିଶି ଘଣ୍ଟା କାର୍ଯ୍ୟ କରିବାକୁ ପଡ଼ିବ ।

Get real time updates directly on you device, subscribe now.