fbpx

ବ୍ୟାଙ୍କ୍ ଅଫ୍ ବରୋଦା ଗ୍ରାହକଙ୍କୁ ଝଟକା ! ବଢ଼ିଲା ଏମସିଏଲଆର ଦର, ମହଙ୍ଗା ହେବ ଲୋନ୍

ନୂଆଦିଲ୍ଲୀ: ବ୍ୟାଙ୍କ୍ ଅଫ୍ ବରୋଦା ଏହାର ଏମସିଏଲଆର ବା ଋଣଦରରେ ବୃଦ୍ଧି କରିଛି । ବ୍ୟାଙ୍କ ଏହାର ୧୦-୨୫ ବେସିସ୍ ପଏଣ୍ଟ ଋଣ ହାରରେ ବୃଦ୍ଧି କରିଛି । ନୂଆ ଦର ୧୨ ଜୁଲାଇ ଠାରୁ ଲାଗୁ ହେବ । ତେବେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ଗ୍ରାହକଙ୍କ ଉପରେ । କାରଣ ବ୍ୟାଙ୍କରୁ ମିଳୁଥିବା ସମସ୍ତ ପ୍ରକାର ଲୋନ ଏବେ ମହଙ୍ଗା ହେବ । ମାସିକ ଇଏମଆଇ ବଢ଼ିବା ଯୋଗୁଁ ଲୋକଙ୍କ ପକେଟ ଉପରେ ପଡ଼ିବ ପ୍ରଭାବ ।

ଅବଶ୍ୟ ବ୍ୟାଙ୍କ କମ୍ ଅବଧି ପାଇଁ ନେଉଥିବା ଋଣରେ ଏମସିଏଲଆର ଦରରେ କୌଣସି ପରିବର୍ତ୍ତନ କରିନାହିଁ । ଓଭରନାଇଟ୍ କିମ୍ବା ଏକ ମାସର ଅବଧି ଥିବା ଲୋନ୍ ଉପରେ ସୁଧ ପୂର୍ବ ଭଳି ରହିବ । ତେବେ ଆସନ୍ତୁ ଜାଣିବା ବ୍ୟାଙ୍କ କେଉଁ ଅବଧି ପାଇଁ ସୁଧ ଦରରେ କେତେ ବୃଦ୍ଧି କରିଛି ।

ବ୍ୟାଙ୍କ ଅଫ୍ ବରୋଦା ୧ ବର୍ଷର ଋଣ ଉପରେ ସୁଧ ହାରକୁ ୭.୫୦ ପ୍ରତିଶତରୁ ୭.୬୫ ପ୍ରତିଶତକୁ ବୃଦ୍ଧି କରିଛି। ଏଥି ସହିତ, ୬ ମାସର ୠଣ ଉପରେ ସୁଧ ହାରକୁ ୭.୩୫ ରୁ ୭.୪୫ ପ୍ରତିଶତକୁ ବୃଦ୍ଧି ପାଇଛି  । ୩ ମାସର ପାଇଁ ୠଣ ହାର ୭.୨୫ ପ୍ରତିଶତରୁ ୭.୩୫ ପ୍ରତିଶତକୁ ବୃଦ୍ଧି କରାଯାଇଛି  । ୧ ମାସର ଋଣ ଉପରେ ସୁଧ ପୂର୍ବଭଳି ୭.୨୦ ଏବଂ ଓଭରନାଇଟ୍ ଋଣ ଉପରେ ୬.୮୦ ପ୍ରତିଶତ ସୁଧ ହାର ରହିଛି ।

ସେହିପରି ଅନ୍ୟ ଋଣ ମଧ୍ୟରେ ରିଟେଲ୍ ଲୋନ୍ ଉପରେ ସୁଧ ହାର ୭.୪୫ ପ୍ରତିଶତ ରହିଛି । ବ୍ୟାଙ୍କର ହୋମ୍ ଲୋନ୍ ୭.୪୫ ରୁ ୮.୮୦ ମଧ୍ୟରେ ରହିି । କାର୍ ଲୋନ୍ ପାଇଁ ବ୍ୟାଙ୍କ୍ ୭.୭୦ ରୁ ୧୦.୯୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ରହିଛି । ସେକେଣ୍ଡ ହ୍ୟାଣ୍ଡ୍ କାର୍ ଉପରେ ୧୦.୨୦ ରୁ ୧୨.୯୫ ପ୍ରତିଶତ ସୁଧ ରହିଛି । ସେହିଭଳି ଦୁଇ ଚକିଆ ଯାନ ଉପରେ ବ୍ୟାଙ୍କ୍ ୧୧.୯୫ ପ୍ରତିଶତ ଦରରେ ଲୋନ୍ ଦେଉଛି ।

Get real time updates directly on you device, subscribe now.