Breaking: ଆକ୍ସନ ମୋଡ଼ରେ ପୋଲିସ, ପୁଣି ଏକ ଏନକାଉଣ୍ଟର

ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା ଅପରାଧୀ। ଆଉ ପୋଲିସର ପାଲଟା ଜବାବରେ ଘାଇଲା ହେଲା କୁଖ୍ୟାତ ଅପରାଧୀ କ୍ଷୀରୋଦ।

ଅନୁଗୁଳ: ଆକ୍ସନ ମୋଡରେ ରାଜ୍ୟ ପୋଲିସ। ଅପରାଧୀଙ୍କୁ ଧରିବା ପାଇଁ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ହେଉଛି ଏନକାଉଣ୍ଟର। କେତେବେଳେ ରାଜଧାନୀ ଭୁବନେଶ୍ୱର, ତ କେତେବେଳେ ସମ୍ୱଲପୁର, ତ ପୁଣି ଅନୁଗୁଳି। ଆଉ ପୋଲିସର ଏନକାଉଣ୍ଟରରେ କେଉଁଠି ଅପରାଧୀ ଘାଇଲା ହେଉଛନ୍ତି ତ କିଏ ପ୍ରାଣ ହାରୁଛି।

ଠିକ୍ ସେହିଭଳି ପୁଣି ଅନୁଗୁଳରେ ଆଉ ଏକ ଏନକାଉଣ୍ଟର ହେଇଛି। ଗତକାଲି ବିଳମ୍ୱିତ ରାତିରେ କୁରୁଡ଼ୋଲ ହନୁମାନ ବାଟିକା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି। କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କରିଛି ପୋଲିସ।

ଆଉ ପୋଲିସର ଏନକାଉଣ୍ଟରରେ ଗୁରୁତର ହୋଇଛି କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ। ଯାହା ନାଁରେ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ ଥିଲା। କ୍ଷୀରୋଦକୁ ଧରିବା ପାଇଁ ଯାଇଥିଲା ଛେଣ୍ଡିପଦା ପୋଲିସ।

ହେଲେ ପୋଲିସ ଉପରକୁ ଗୁଳି ଚଳାଇଥିଲା ଅପରାଧୀ କ୍ଷୀରୋଦ। ପରେ ପୋଲିସ ପାଲଟା ଜବାବ ଦେଇଥିଲା। ଯେଉଁଥିରେ ଗୁଳି କ୍ଷୀରୋଦର ଡାହାଣ ଗୋଡ଼ରେ ବାଜିଥିଲା। ପରେ କ୍ଷୀରୋଦକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।