fbpx

କାଂସ୍ୟ ବିଜେତା ଭାରତୀୟ ହକି ଦଳକୁ ଟଙ୍କା ବର୍ଷା, ପ୍ରତି ଖେଳାଳି ପାଇବେ ୧୫ ଲକ୍ଷ, କୋଚଙ୍କୁ ମିଳିବ ୭.୫ ଲକ୍ଷ

ଓଡିଶା ଭାସ୍କର: ଭାରତୀୟ ପୁରୁଷ ହକି ଦଳ ବିଶ୍ୱବିଜୟୀ ହୋଇ ସାରିଛି । କାଂସ୍ୟ ଜିତିବା ପରେ ଭାରତୀୟ ହକି ଦଳକୁ ଟଙ୍କାର ବର୍ଷା ହେଉଛି । ହକି ଇଣ୍ଡିଆ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ କୋଚଙ୍କୁ ୭. ୫ ଲକ୍ଷ ପୁରସ୍କାର ଦେବାକୁ ନେଇ ଘୋଷଣା କରିଛି । ସରପଞ୍ଚ ବାବୁ ହରମନପ୍ରୀତ ସିଂଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ସ୍ପେନକୁ ଏକ ରୋମାଞ୍ଚଭରା ମୁକାବିଲାରେ ୨-୧ ଗୋଲରେ ହରାଇ ଲଗାତାର ଭାବରେ କାଂସ୍ୟ ପଦକ କବ୍ଚା କରିଛି । ଏହି ଉପଲବ୍ଧି ଗତ ଟୋକିଓ ଅଲିମ୍ପିକ୍ସରେ ୫୨ ବର୍ଷ ପରେ ହାସିଲ ହୋଇଥିଲା ।

ହକି ଇଣ୍ଡିଆ ଏକ ବୟାନରେ କହିଛି ଯେ, ଭାରତୀୟ ହକି ଦଳର ଅଲିମ୍ପିକ୍ସରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି ରାଶି ଘୋଷଣା କରିଛି । ପୁରସ୍କାର ଘୋଷଣା କରିବା ସମୟରେ ଗର୍ବ ଅନୁଭବ ହୋଇଥିବା କହିଛି ହକି ଇଣ୍ଡିଆ । ପ୍ୟାରିସର ୟୱେସ –ଡୁ-ମାଇନୋର ଷ୍ଟାଡିୟମରେ ଖେଳାଯାଇଥିବା ଏହି କାଂସ୍ୟ ମ୍ୟାଚ ବିଶେଷ ଭାବରେ ମହତ୍ତ୍ୱପୂର୍ଣ୍ଣ ଥିଲା । କାରଣ ଭାରତୀୟ ଗୋଲକପିପର ତଥା ହକି ଲିଜେଣ୍ଡ ପିଆର ଶ୍ରୀଜେଶଙ୍କ ଏହା ବିଦାୟୀ ମ୍ୟାଚ ଥିଲା । ଶ୍ରୀଜେଶ ଭାରତୀୟ ହକିରୁ ସୁନ୍ଦର ଭାବରେ ବିଦାୟ ନେଇଛନ୍ତି ।
କହିରଖୁ, ଭାରତୀୟ ଦଳ କିଛି ଦିନ ପୂର୍ବରୁ ସେମିଫାଇନାଲରେ ଜର୍ମାନୀକୁ ଭେଟିଥିଲା । ଜର୍ମାନୀ ସହ ଭାରତର ଘମାଘୋଟ ଲଢେଇ ହୋଇଥିଲା । ମାତ୍ର ମ୍ୟାଚର ନିର୍ଦ୍ଧାରିତ ସମୟରେ ଜର୍ମାନୀ ଭାରତକୁ ମାତ ଦେଇଥିଲା । ଭାରତର ଫାଇନାଲ ଆଶା କ୍ଷଣକରେ ଧୂଳିସାତ ହୋଇଯାଇଥିଲା । କାଂସ୍ୟ ଜିତି ଭାରତୀୟ ହକି ଦଳ ପୋଡିୟମ ଫିନିଶ ପାଇଛି ଫାଇନାଲରେ ନେଦରଲ୍ୟାଣ୍ଡ ଦଳ ଜର୍ମାନୀକୁ ହରାଇ ସ୍ୱର୍ଣ୍ଣ ଜିତିଛି ଓ ଜର୍ମାନୀକୁ ମିଳିଛି ରଜତ ପଦକ । ଯାହା ଫଳରେ ସାରା ଦେଶ ଏବେ ଝୁମିକି କହୁଛି, ‘ଚକ ଦେ ଇଣ୍ଡିଆ’ ।

Get real time updates directly on you device, subscribe now.