fbpx

ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେଲେ ଭିନେଶ! ସୁନା ସ୍ୱପ୍ନ ହେଲା ଚୂରମାର, ରାତିରେ ଫାଇନାଲ ଖେଳିଥାନ୍ତେ!

ଓଡିଶା ଭାସ୍କର: ଭାରତୀୟ ପ୍ରଶଂସକଙ୍କୁ ଶକ୍ତ ଝଟକା ଲାଗିଛି । ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ତାଙ୍କୁ ୫୦ କିଲୋଗ୍ରାମ ବର୍ଗରେ ଅଯୋଗ୍ୟ ଘୋଷିତ କରାଯାଇଛି । ଭିନେଶ ଆଜି ରାତିରେ ଫାଇନାଲ ଖେଳିଥାନ୍ତେ । ଭାରତୀୟ ଫ୍ୟାନ୍ସ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶା ରଖିଥିଲେ । ମାତ୍ର ସବୁ ସ୍ୱପ୍ନ ଏବେ କେଇ କ୍ଷଣରେ ଭାଙ୍ଗି ଚୂରମାର ହୋଇଛି । ଭାରତକୁ ଅଲିମ୍ପିକ୍ସରେ ଶକ୍ତ ଝଟକା ଲାଗିଛି ।

କହିରଖୁ, ଅଧିକ ଓଜନ କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଅଲିମ୍ପିକ୍ସ ୨୦୨୪ କୁସ୍ତି ପ୍ରତିଯୋଗିତାରେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଭିନେଶଙ୍କ ପ୍ରାୟ ୧୦୦ ଗ୍ରାମ ଓଜନ ବଢିଥିବାରୁ ତାଙ୍କୁ ଏଭଳି ପରିସ୍ଥିର ସାମ୍ନା କରିବାକୁ ପଡିଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ସେ ଚଳିତ ଅଲିମ୍ପିକ୍ସରୁ ପୂରା ବାହାର ହୋଇ ପାରନ୍ତି । ସ୍ୱର୍ଣ୍ଣ ତ ଦୂରର କଥା ଏବେ ସେ ଅଯୋଗ୍ୟ ହୋଇ ଯାଇଥିବା ଜଣା ପଡିଛି । ସାରା ଭାରତରେ ତାଙ୍କୁ ନେଇ ଏବେ ପ୍ରଶଂସକ ବେଶ୍ ଦୁଃଖ ପ୍ରକାଶ କରୁଛନ୍ତି । ତେବେ ପରବର୍ତ୍ତୀ ନିଷ୍ପତ୍ତି କ’ଣ ହେବ ତାହା ଆଗାମୀ ସମୟରେ ଜଣା ପଡିବ ।

 

ସେପଟେ ଭାରତୀୟ କୋଚ ବିଜେନ୍ଦ୍ର ସିଂ ଦହିଆ କହିଛନ୍ତି ଯେ, ଭିନେଶଙ୍କୁ ୧୦୦ ଗ୍ରାମ କମ କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ । ଅନ୍ତର୍ଜାତୀୟ ଅଲମ୍ପିକ୍ସ ସଂଘର ନିଷ୍ପତ୍ତିକୁ ସେମାନେ ସମ୍ମାନ କରନ୍ତି ଓ ଏହି ଓଜନକୁ କମାଇବା ପାଇଁ ଭିନେଶ ସାଇକ୍ଲିଂ, ସ୍କିପିଂ ତଥା ଅନ୍ୟ ଉପାୟ ଯାହା ତାଙ୍କର ଓଜନକୁ କମ କରି ପାରିବ ସେଇଆ କରିବେ ବୋଲି ପ୍ରକାଶ କରିଛନ୍ତି । ଅଲିମ୍ପିକ୍ସ ସଂଘର ନିଷ୍ପତ୍ତି କିଛି ଅସୁବିଧା କରିବ ନାହିଁ , ଯଦି ଭିନେଶ ନିଜର ଓଜନ କମାଇ ପାରନ୍ତି । ସେ ରାତି ଭିତରେ ନିଜ ଓଜନ କମ କରି ପାରିଲେ ଫାଇନାଲ ଖେଳିବାର ଆଶା ମଧ୍ୟ ରହିଛି ।

ସେହିଭଳି ଭାରତୀୟ ଅଲିମ୍ପିକ୍ସ ସଂଘ ମଧ୍ୟ ତାଙ୍କର ଅଯୋଗ୍ୟ ଘୋଷିତ ହେବାକୁ ନେଇ ନିଜର ବୟାନ ରଖିଛି । ଭିନେଶଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଭାରତୀୟ ଅଲିମ୍ପିକ୍ସ ସଂଘ ମଧ୍ୟ ତାଙ୍କ ମାନସିକତା ପ୍ରତି ନଜର ରଖିଛି । ସେ ଆଜି ରାତି ଫାଇନାଲ ଖେଳିବେ କି ନାହିଁ ପରବର୍ତ୍ତୀ ସମୟରେ ଜଣା ପଡିବ । ଖବର ଲେଖା ହେବା ପର୍ଯ୍ୟନ୍ତ କିନ୍ତୁ ସେ ଅଯୋଗ୍ୟ ଘୋଷିତ ହୋଇ ସାରିଛନ୍ତି । ତେବେ ଭାରତୀୟ ପ୍ରଶଂସକ ଏବେ ବି ଆଶା ରଖିଛନ୍ତି ଯେ, ଭିନେଶ ନିଜ ଓଜନ କମ୍ କରି ଆଜି ଫାଇନାଲ ଖେଳିବେ । କାରଣ ତାଙ୍କର ଓଜନ ମାତ୍ର ୧୦୦ ଗ୍ରାମ ବଢିଛି ।

Get real time updates directly on you device, subscribe now.