fbpx

ବିଟ୍ରେନରେ ବଢ଼ିଲା କରୋନା ଲହର, ଆମେରିକାରୁ ଭାରତ ପର୍ଯ୍ୟନ୍ତ ବିପଦ ଘଣ୍ଟି

ନୂଆଦିଲ୍ଲୀ: କରୋନା ସଂକ୍ରମମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁ ତୀବ୍ରତାରେ କରୋନା ବଢ଼ିଚାଲିଛି, ତାହାକୁ ନେଇ ଚିନ୍ତା ବଢ଼ୁଛି । କୋଭିଡର ଓମିକ୍ରନ ଭାରିଆଣ୍ଟ ଭାରତର ୧୧ଟି ରାଜ୍ୟରେ ପ୍ରବେଶ କରିଥିବା ବେଳେ ମୋଟ ୮୭ଟି କେସ୍ ସାମ୍ନାକୁ ଆସିଛି । ଅନ୍ୟପଟେ ବ୍ରିଟେନରେ କରୋନା ସଂକ୍ରମଣ ଗୁରୁବାର ଦିନ ରେକର୍ଡ ଭାଙ୍ଗିଛି । ୟୁକେରେ ଗୋଟିଏ ଦିନରେ ୮୮,୩୭୬ ନୂଆ ମାମଲା ଚିହ୍ନଟ ହୋଇଛି ଓ ୧୪୬ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ସହ ଗତ ୨୪ ଘଣ୍ଟାରେ ୧ ହଜାର ୬୯୧ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବ୍ରିଟେନରେ ୧୨ ହଜାରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ବିଶ୍ୱର ଅନେକ ଦେଶରେ ମାରାତ୍ମକ ବୋଲି ଗଣାଯାଉଛି । ଖାସ୍ କରି ବ୍ରିଟେନ ଓ ଆମେରିକାରେ ଓମିକ୍ରନ ନାଁରେ ଲୋକେ ଡରିବାରେ ଲାଗିଲେଣି । କାହିଁକି ନା ଓମିକ୍ରନ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ଆମେରିକାରେ ଅବସ୍ଥା ବିଗିଡ଼ିବାରେ ଲାଗିଲାଣି । ସେଠାରେ ସଂକ୍ରମଣ ମାମଲା ଦ୍ୱିଗୁଣ ହେବାରେ ଲାଗିଲାଣି । ଏଭଳି ପରିସ୍ଥିତିରେ ଭାରତର ଲୋକମାନେ ଅଧିକ ସାବଧାନ୍ ରହିବାକୁ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.