fbpx

ବଡ଼ ଧରଣର ଅବହେଳା! ନିୟମଭାଙ୍ଗି ଓମିକ୍ରନ୍ ପଜିଟିଭ୍ ବୁଲିଲେ ମଲ୍-ରେଷ୍ଟୁରାଣ୍ଟ୍, ମୁଣ୍ଡରେ ହାତ ଦେଲା ପ୍ରଶାସନ

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ହେଉଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେସୁଦ୍ଧା ଦେଶର ଅନେକ ରାଜ୍ୟରୁ ଏକାଧିକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ବିଶେଷଜ୍ଞ ମାନେ ଲଗାତର ଭାବରେ ଲୋକମାନଙ୍କୁ ସଜାଗ କରୁଛନ୍ତି ଓ କୋଭିଡ୍ ପ୍ରୋଟେକଲ୍ ମାନି ଚଳିବାକୁ ପରାମର୍ଶ ଦେଉଛନ୍ତି । ହେଲେ କେରଳରୁ କୋଭିଡ୍ ପ୍ରୋଟୋକଲ୍ ଭାଙ୍ଗିବାର ଏକ ବଡ଼ ଧରଣର ଅବହେଳାର ଚିତ୍ର ସାମନାକୁ ଆସିଛି । ଏର୍ଣ୍ଣାକୁଲମ୍ ଠାରେ କୋଭିଡ୍ ନିୟମ ଭାଙ୍ଗି ଜଣେ ଓମିକ୍ରନ୍ ଆକ୍ରାନ୍ତ ମଲ୍ ଓ ରେଷ୍ଟୁରାଣ୍ଟ ଚାଲିଯାଇଥିଲେ । ଏହି ଖବର ସାମନାକୁ ଆସିବା ପରେ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି ।

ପ୍ରଶାସନ ବର୍ତ୍ତମାନ ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ଲମ୍ବା ତାଲିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ଏବେ ବିଭାଗ ଉକ୍ତ ଯୁବକଙ୍କ ରୁଟ୍ ମ୍ୟାପ୍ ପବ୍ଲିଶ୍ କରିବ ଓ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଅପିଲ୍ କରିବ ଯେ, ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓମିକ୍ରନ୍ ଦ୍ୱାରା ସଂକ୍ରମିତ ମାନେ କୋଭିଡ୍ ନିୟମ ପାଳନ କରିବା ଖୁବ୍ ଜରୁରୀ ।

Get real time updates directly on you device, subscribe now.