fbpx

(ଭିଡ଼ିଓ)ଭବିଷ୍ୟତରେ ତପସ୍ୱିନୀ ଓ ସୁମିତଙ୍କ ଏକାଠି ହେବାର ସମ୍ଭାବନା ଅଛି କି? ଦେଖନ୍ତୁ କ’ଣ କହିଲେ ବରିଷ୍ଠ ଆଇନଜୀବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ୍ ଓ ତପସ୍ୱିନଙ୍କ ପାରିବାରିକ କଳହ ମାମଲା ସାରା ଓଡ଼ିଶାରେ ଚର୍ଚ୍ଚିତ ବିଷୟ । ଗୋଟିଏ ପଟେ ତପସ୍ୱିତୀ ନିଜ ସ୍ୱାମୀଙ୍କୁ ପାଇବା ପାଇଁ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ତାଙ୍କ ସ୍ୱାମୀ ଗତକିଛି ଦିନ ହେବ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ନିଖୋଜ ମାମଲାକୁ ନେଇ ଗତକାଲି ଡାକ୍ତର ସୁମିତ ଏକ ଅଡିଓ ରିଲିଜ ଜାରି କରି ଜବାବ ଦେଇଥିଲେ । ତେବେ ସ୍ୱାମୀ-ସ୍ତ୍ରୀଙ୍କର ଏପରି କଳହ ପରେ ଦୁହେଁ ଭବିଷ୍ୟତରେ ଏକାଠି ହେବେ କି ନାହିଁ, ତାହା ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି ।

ଏହି ମାମଲାକୁ ନେଇ ମିଡିଆକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ବନ ମାହାନ୍ତି । ସୁମିତ ନିଖୋଜ ମାମଲାରେ ସେ କହିଛନ୍ତି ଯେ, ‘ସୁମିତଙ୍କ କଲ୍ ଆସିଛି । କିନ୍ତୁ ସେ ଆଜିର ସମୟ ହିସାବରେ ମଧ୍ୟ ଲୁଚିକି ରହିଛନ୍ତି । ସେ ପ୍ରତ୍ୟେକ୍ଷ ଭାବରେ ସାମ୍ନାକୁ ନଆସି ପରୋକ୍ଷ ଭାବରେ ଅଡିଓ ଜାରି କରିଛନ୍ତି । ସେ ଆଉ ତପସ୍ୱିନୀଙ୍କ ପାଖକୁ ଫେରିବେ ନାହିଁ ବୋଲି ପରୋକ୍ଷ ଭାବରେ ଉତ୍ତର ଦେଇଛନ୍ତି ।’

ଏହା ସହ ସେ କହିଛନ୍ତି ଯେ, ‘ସୁମିତଙ୍କ ଏଭଳି ପଦକ୍ଷେପ ପରେ ତପସ୍ୱିନୀ କ’ଣ ଷ୍ଟେପ୍ ନେବେ ତାହା କହିହେବନି । ଯଦି ତପସ୍ୱିନୀ କିଛି ବି ବିପଦପୂର୍ଣ୍ଣ ପଦକ୍ଷେପ ନେବେ, ତାହାର ଦାୟୀ ରହିବେ ସୁମିତ । ଭବିଷ୍ୟତରେ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ । ଏହାର ପ୍ରଭାବ ସାରା ଓଡ଼ିଶାରେ ପଡିବ ।’

ଭବିଷ୍ୟତରେ ତପସ୍ୱିନୀ ଓ ସୁମିତ ଏକାଠି ହେବେ କି ନାହିଁ? ଏହି ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ଆଇନଜୀବୀ କହିଛନ୍ତି ଯେ, ‘ଆଜିର ପରିସ୍ଥିତିରେ ଦୁହିଁଙ୍କ ଏକାଠି ହେବାର ପ୍ରଶ୍ନ ହିଁ ଉଠୁନି । ଯଦି କେହି ତୃତୀୟ ଲୋକ ବା ବରିଷ୍ଠ ବ୍ୟକ୍ତି ତାଙ୍କ ଭିତରେ ମିଳାମିଶା କରିପାରିଲେ, ତେବେ ସମ୍ଭବ ହୋଇପାରିବ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ବ୍ୟକ୍ତିଗତ ଚିନ୍ତାଧାରାକୁ ନେଇ ଯେଭଳି ଆକ୍ଷେପ ଚାଲିଛି, ସେଥିରେ ମିଳାମିଶା ହେବାର ସମ୍ଭାବନା ରହୁନାହିଁ ।’ଦେଖନ୍ତୁ ଏହି ଭିଡିଓ…

Get real time updates directly on you device, subscribe now.