fbpx

ବିଚିତ୍ର ବ୍ରହ୍ମାଣ୍ଡ: ଏମିତି ଏକ ମନ୍ଦିର, ଯେଉଁଠାରେ ଭଗବାନଙ୍କ ପାଖରେ ଲଗାଯାଏ ଚକଲେଟ୍ ଭୋଗ

ନୂଆଦିଲ୍ଲୀ: କେରଳର ଅଳାପ୍ପୁଝାରେ ଥିବା କେମମୋଥ ଶ୍ରୀ ସୁଭ୍ରମନ୍ୟମ୍ ମନ୍ଦିରରେ ପୂଜା ପାଉଥିବା ଭଗବାନଙ୍କ ପାଖରେ ଚଢ଼ାଯାଏ ଚକଲେଟ୍ ଭୋଗ । ଏହି ପ୍ରଥା ପ୍ରାୟ ଏକ ଦଶକ ପୂର୍ବରୁ ଆରମ୍ଭ କରାଯାଇଥିଲା । କୁହାଯାଏ ଯେ, ଗୋଟିଏ ଛୋଟ ବାଳକ ଏହି ଠାକୁରଙ୍କ ପାଖରେ ଚକଲେଟ୍ ଭୋଗ ଲଗାଇଥିଲେ । ଏବେ ଲୋକେ ଫୁଲ୍, ଫଳ, ଚନ୍ଦନ ଇତ୍ୟାଦି ବଦଳରେ ଭଗବାନଙ୍କୁ ଚକଲେଟ୍ ଚଢ଼ାଉଛନ୍ତି । ମନ୍ଦିରରେ ପ୍ରାର୍ଥନା ପୂରା ହେବା ପରେ ଲୋକମାନେ ଏଠାରେ ଠାକୁରଙ୍କ ପାଖରେ ଚକଲେଟ୍ ଚଢ଼ାଇବା ପ୍ରମୁଖ ବୋଲି ଧରାଯାଏ । କିଛି ଭକ୍ତ ଏପରି ରହିଛନ୍ତି ଯେଉଁ ମାନେ ସେମାନଙ୍କର ଓଜନ ସହିତ ସମାନ ହେବା ପରି ଚକଲେଟ୍ ଚଢ଼ାନ୍ତି ।

ମାନ୍ୟତା ରହିଛି ଯେ, କେରଳର ଅଳାପ୍ପୁଝା ମନ୍ଦିରର ଗର୍ଭଗୃହରେ ଗୋଟିଏ ଛୋଟ ବାଳକ ଚକଲେଟ୍ ଭୋଗ ଲଗାଇବା ପରେ କେଉଁ ଆଡେ ଗାୟବ ହୋଇଯାଇଥିଲା । ଗାୟବ କିପରି ହେଲା ତାହା କେହି ବି କହିପାରୁନାହାନ୍ତି । ଏହି କାହାଣୀ ଜଙ୍ଗଳରେ ନିଆଁ ବ୍ୟାପିବା ପରି ଚତୁର୍ଦ୍ଦିଗ ବ୍ୟାପିଯାଇଥିଲା । ସେବେଠାରୁ ଏଠାରେ ଚକେଲଟ୍ ଚଢ଼ାଇବା ପ୍ରଥା ଲାଗୁ ହୋଇଥିଲା ।

ଭକ୍ତ ମାନେ ବିଶ୍ୱାସ କରନ୍ତି ଯେ, ଚକଲେଟ୍ ଚଢ଼ାଇବା ଦ୍ୱାରା ମନୋସ୍କାମନା ପୂରଣ ହୁଏ । ଏହି ମନ୍ଦିରରେ ଅନେକ ପ୍ରକାରର କାର୍ଯ୍ୟକ୍ରମ କରାଯାଇଥାଏ । ଏଠାକାର ଭଗବାନଙ୍କୁ ମଞ୍ଚ୍ ମୁରୁଗନ୍ ବୋଲି କୁହାଯାଇଥାଏ । ଅଧିକାଂଶ ଲୋକ ମଞ୍ଚ୍ ଚକଲେଟ୍ ଭୋଗ ଲଗାଇଥାନ୍ତି । ମନ୍ଦିରଟି ୩୦୦ ବର୍ଷ ପୁରୁଣା ।

Get real time updates directly on you device, subscribe now.