fbpx

ଯୁବବର୍ଗଙ୍କ ଠାରେ ଅଧିକ ସଂକ୍ରାମକ ‘ଓମିକ୍ରନ୍’! ଏନେଇ ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଏବେ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି । ଡେଲଟା ଭାରିଆଣ୍ଟ୍ ପରି ଏହା ଆଉ ଏକ ମାରାତ୍ମକ ସ୍ୱରୂପ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ ଏହି ନୂତନ ଭାରିଆଣ୍ଟର ନାମ “ଓମିକ୍ରନ” ରଖାଯାଇଛି । ଏହି ଭାରିଆଣ୍ଟରେ ବଡ଼ ସଂଖ୍ୟାରେ ମ୍ୟୁଟେସନ୍ ହେଉଥିବା ଖବର ଚିନ୍ତାରେ ପକାଇଛି । ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେବାରେ ଅନେକ ବଡ଼ ବଡ଼ ଦେଶ, ଯେପରିକି ଆମେରିକା, ୟୁରୋପୀୟ ସଂଘ, କାନାଡ଼ା, ଇସ୍ରାଏଲ୍, ଅଷ୍ଟ୍ରେଲିଆ ଭଳି ଦେଶ ଦକ୍ଷିଣ ଆଫ୍ରିକାର ଅନେକ ଦେଶକୁ ଯାତ୍ରା କରିବା ଉପରେ ରୋକ୍ ଲଗାଇ ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକଙ୍କ କହିବା କଥା ଯେ, ଓମିକ୍ରନ ଭାରିଆଣ୍ଟରେ ଶରୀର ଉପରେ ହାଲୁକା ପ୍ରଭାବ ଦେଖିବାକୁ ମିଳୁଛି । ଦକ୍ଷିଣ ଆଫ୍ରିକାର ମେଡିକାଲ୍ ଆସୋସିଏସନ୍ ର ଅଧ୍ୟକ୍ଷ ଏଞ୍ଜେଲିନ୍ କୋଏଟଜି କହିଛନ୍ତି ଯେ, ଏହି ଭାରିଆଣ୍ଟ ପରିଣାମସ୍ୱରୂପ ଖୁବ୍ ହାଲୁକା ରୋଗ ଶରୀରରେ ଦେଖାଇଥାଏ । ଯେପରିକି ମାଂସପେଶୀରେ ଯନ୍ତ୍ରଣା, ଥକ୍କାପଣ, ଦୁଇଦିନ ପର୍ଯ୍ୟନ୍ତ ଶରୀରରେ ପୀଡ଼ା ଅନୁଭବ ହେବା, କଫ ଇତ୍ୟାଦି ଲକ୍ଷଣ ଦେଖାଦେଇଥାଏ । ଦକ୍ଷିଣ ଆଫ୍ରିକାରେ ଯେଉଁ ମାନେ ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି ସେମାନେ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି ।

ଅଧିକାରୀଙ୍କ କହିବା କତା ଯେ, ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ଖୁବ୍ କମ୍ ରହିଛି । ଅନ୍ୟପଟେ ଭାକସିନ୍ ନେଇଥିବା ଲୋକଙ୍କ ଠାରେ ଏହି ସଂକ୍ରମଣ ଦେଖାଯାଇନାହିଁ । ବର୍ତ୍ତମାନ ଯେଉଁ ମାନେ ବି ଚିକିତ୍ସାଧୀନ ରହିଛନ୍ତି ସେମାନେ ସମସ୍ତେ ଯୁବବର୍ଗର । ଅର୍ଥାତ୍ ଯୁବପିଢ଼ିଙ୍କୁ ଏହି ଷ୍ଟ୍ରେନ୍ ର ଭୟ ଅଧିକ ରହିଛି । ହେଲେ ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞଙ୍କ କହିବା କଥା ଯେ, ଏହି ନୂତନ ଷ୍ଟ୍ରେନ୍ କୁ ନେଇ ଏତେ ପ୍ରଚାର ପସାରିବାର କୌଣସି ଆବଶ୍ୟକତା ନାହିଁ । ଦୁଇ ତିନି ମଧ୍ୟରେ ଏହାର ବ୍ୟାପିବାର ଆଶଙ୍କା କେତେ ଦୂର ରହିଛି । ତାହା ଜଣାପଡ଼ିଯିବ । ନୂତନ ଭାରିଆଣ୍ଟ ସାମନାକୁ ଆସିବା ପରଠାରୁ ଅନେକ ଦେଶର ଫ୍ଲାଇଟ୍ ଦକ୍ଷିଣ ଆଫ୍ରିକାକୁ ଉଡାଣ ଭରିବା ବନ୍ଦ ହୋଇଯାଇଛି ।

ଆଫ୍ରିକୀ ବିଶେଷଜ୍ଞ ମାନେ ଏବେ ଓମିକ୍ରନ ସଂକ୍ରମଣକୁ ନେଇ ଘନ ଘନ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ଦକ୍ଷିଣ ଆଫ୍ରିକା ପରେ ଅନ୍ୟ କିଛି ହାତଗଣତି ଦେଶରେ ,ଏହି ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଦକ୍ଷିଣ ଆଫ୍ରିକାରେ ପ୍ରଥମରୁ କମ୍ ମାମଲା ଚିହ୍ନଟ ହେଉଥିଲା । ହେଲେ ଓମିକ୍ରନ୍ ଉତ୍ପତ୍ତି ପରଠାରୁ ଧୀରେ ଧୀରେ ସଂକ୍ରମଣରେ ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ଏଠାରେ ଯୁବବର୍ଗଙ୍କୁ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତ କରୁଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଦକ୍ଷିଣ ଆଫ୍ରିକାରେ ୨,୮୨୮ ମାମଲା ସାମନାକୁ ଆସିଥିଲା ।

 

Get real time updates directly on you device, subscribe now.