ଡିସେମ୍ବର ୨୨ରେ ଅନୁଷ୍ଠିତ ହେବ NMMS ପରୀକ୍ଷା ୨୦୨୪-୨୫

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିସେମ୍ବର ୨୨ ତାରିଖ (ରବିବାର) ଦିନ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି (ଏନଏମଏମଏସ) ପରୀକ୍ଷା ୨୦୨୪-୨୫ ଅନୁଷ୍ଠିତ ହେବ । ପରୀକ୍ଷା ଦୁଇଟି ଶିଫ୍ଟରେ ଅନୁଷ୍ଠିତ ହେବ । ସକାଳ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟ ଓ ଅପରାହ୍ଣ ୨ଟାରୁ ୩ଟା ପର୍ଯ୍ୟନ୍ତ ଦ୍ୱିତୀୟ ଶିଫ୍ଟ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଶିଫ୍ଟରେ ମେଣ୍ଟାଲ ଆବିଲିଟି ଟେଷ୍ଟ (ମାଟ) ପରୀକ୍ଷା ଓ ଦ୍ୱିତୀୟ ଶିଫ୍ଟରେ ସ୍କଲାଷ୍ଟିକ ଆପ୍ଟିଟ୍ୟୁଡ୍ ଟେଷ୍ଟ (ସାଟ) ପରୀକ୍ଷା ହେବ । ଏହି ପରୀକ୍ଷା ପାଇଁ ୨୫୬ ଜଣ ନିରୀକ୍ଷକଙ୍କୁ ନିୟୋଜିତ କରାଯିବ ।

ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ନିରୀକ୍ଷକମାନେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବେ । ଏନେଇ ସମସ୍ତ ନିରୀକ୍ଷକଙ୍କୁ ଶିକ୍ଷକ ଶିକ୍ଷା ଓ ଏସସିଇଆରଟି ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ଲେଖାଯାଇଛି । ପରୀକ୍ଷା ପାଇଁ ୮୩ ହଜାର ୯୦୯ ଜଣ ରେଜିଷ୍ଟ୍ରେସନ କରିଥିବା ବେଳେ ୭୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ଦାଖଲ କରିଛନ୍ତି । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ନିର୍ଦ୍ଦେଶାଳୟ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି ।