ଓ୍ୱକଫ ବିଲ୍ ପ୍ରସଙ୍ଗ, ପ୍ରଥମ ଥର ସସ୍ମିତଙ୍କ ସମର୍ଥନରେ ବାହାରିଲେ ସୁଲତା ଦେଓ

ଓ୍ୱକଫ ବିଲ ଭୋଟକୁ ନେଇ ସମସ୍ତେ ସସ୍ମିତଙ୍କୁ ବିରୋଧ କରୁଥିବା ବେଳେ, ପ୍ରଥମ ଥର ପାଇଁ ସସ୍ମିତଙ୍କ ସମର୍ଥନରେ ବାହାରିବା ସହ, ମୁନା ଖାଁଙ୍କୁ ଟାର୍ଗେଟ୍ କରିଛନ୍ତି ସୁଲତା ଦେଓ।

ଭୁବନେଶ୍ୱର: ଓ୍ୱକଫ ବିଲ୍ ପ୍ରସଙ୍ଗ। ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ସପକ୍ଷରେ ବାହାରିଲେ ସାଂସଦ ସୁଲତା ଦେଓ। ଯେତେବେଳେ କି ପ୍ରାୟ ବିଜେଡି ନେତା ଓ କର୍ମୀ ସସ୍ମିତଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି, ସେତେବେଳେ ସୁଲତା ସସ୍ମିତଙ୍କ ପକ୍ଷ ନେଇଛନ୍ତି।

କେବଳ ସସ୍ମିତଙ୍କ ସମର୍ଥନରେ ସୁଲତା ବାହାରିଛନ୍ତି ତାହା ନୁହେଁ। ନବୀନଙ୍କ ଏକ ଭିଡିଓ ସେୟାର କରିଛନ୍ତି ଏବଂ କହିଛନ୍ତି ବିବେକାନୁମୋଦିତ ଭୋଟିଂ ଦେବା ପାଇଁ ନବୀନ କହିଥିଲେ। ଏହାସହ ମୁନା ଖାଁଙ୍କ ଉପରେ ମଧ୍ୟ ବର୍ଷିଛନ୍ତି।

ସୁଲତା ନିଜ ସୋସିଆଲ ମିଡିଆରେ ନବୀନଙ୍କର ଏକ ଭିଡ଼ିଓ ସେୟାର କରିବା ସହ ମୁନା ଖାଁକୁ ଟାର୍ଗେଟ କରିଛନ୍ତି। ଏବଂ କହିଛନ୍ତି ଏପ୍ରିଲ ୭ ତାରିଖରେ ନବୀନ ନିବାସ ଆସିଥିଲେ ମୁନା ଖାଁ। ବିବେକାନୁମୋଦିତ ଭୋଟିଂ ଦେବା ପାଇଁ ନବୀନ କହିଥିଲେ।

ସବୁ ଜାଣିବା ପରେ ବି ମୁନା ଖାଁ ସସ୍ମିତ ଭାଇଙ୍କ ପ୍ରତି ଆରୋପ ଲଗାଇଲେ। ମୁନା ଖାଁ ଜାଣିଶୁଣି ସସ୍ମିତ ଭାଇଙ୍କ ଉପରେ ଏପରି ଅଭିଯୋଗ ଲଗାଇଥିବା କହିଲେ ସୁଲତା। ସୋସିଆଲ ମିଡିଆରେ ନବୀନ କହୁଥିବାର ଭିଡ଼ିଓ ମଧ୍ୟ ସେୟାର କଲେ।

ନିକଟରେ ଓ୍ୱକଫ ବିଲ୍ ପ୍ରସଙ୍ଗକୁ ନେଇ ବିଜେଡି ଦୁଇ ଫାଳ ହୋଇଥିବା ସବୁଠି ଚର୍ଚ୍ଚା ହେଉଛି। ଏଥିପାଇଁ ପ୍ରଥମେ ସସ୍ମିତ ପାତ୍ରଙ୍କୁ ଦାୟୀ କରାଯାଉଥିଲା

। ପ୍ରଥମେ ସସ୍ମିତ ପାତ୍ର ଯେତେବେଳେ ବିବେକାନୁମୋଦିତ ଭୋଟ୍ ଦେବା ପାଇଁ ସାଂସଦମାନଙ୍କୁ ଅପିଲ୍ କରିଥିଲେ, ସେହି ସମୟରେ ଘଟଣା ପଛରେ କିଏ ଅଛି ପ୍ରକୃତରେ କାହା ଇଙ୍ଗିତରେ ସସ୍ମିତ ପାତ୍ର ଏକଥା କହିଥିଲେ। ତାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲଗାତାର ଭାବରେ ରାଜ୍ୟରେ ଚାଲିଛି।

ଆଉ ଏହି ପ୍ରସଙ୍ଗକୁ ନେଇ ବିଜେଡିରେ କିପରି ଫାଟ ସୃଷ୍ଟି ହୋଇଥିଲା ତାହା ଦେଖିବାକୁ ମିଳିଥିଲା। ହେଲେ ଏତେସବୁ ଘଟଣା ଭିତରେ ପ୍ରଥମ ଥର ପାଇଁ ସସ୍ମିତଙ୍କ ସମର୍ଥନରେ ବାହାରି ମନ୍ତବ୍ୟ ଦେଇଛନ୍ତି ସୁଲତା ଦେଓ।