fbpx

UGC NET ପାସ୍ ନକରି ବି ଜଣେ ପ୍ରଫେସର ହୋଇପାରିବ: ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

Advertisement

ନୂଆଦିଲ୍ଲୀ: ୟୁଜିସି ନେଟ୍ ୨୦୨୪ ଜୁନ ସେସନର ପରୀକ୍ଷାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରଦ୍ଦ କରିଦିଆଯାଇଛି । ଜୁନ୍ ୧୮ରେ ଦେଶରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହୋଇଥିବା ଏହି ପରୀକ୍ଷାକୁ ଗୋଟିଏ ଦିନ ପରେ ଜୁନ୍ ୧୯ ତାରିଖରେ ରଦ୍ଦ କରିଦିଆଯାଇଥିଲା । ୟୁଜିସି ନେଟ ହେଉଛି ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ଏକ ଯୋଗ୍ୟତା ପରୀକ୍ଷା । ଏହାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳନା କରାଯାଇଥାଏ ।

ତେବେ ଜୀବନରେ ଜଣେ ପ୍ରଫେସର ହେବାକୁ ଲକ୍ଷ୍ୟ ରଖିଥିବା ଜଣେ ପ୍ରାର୍ଥୀଙ୍କ ପାଇଁ ୟୁଜିସି ନେଟ୍ ପାସ୍ କରିବା ନିହାତି ଜରୁରୀ । ତେଣୁ ଏଭଳି ସ୍ଥିତିରେ ଥରେ ପରୀକ୍ଷା ରଦ୍ଦ ହୋଇଯିବା ପରେ ପ୍ରାର୍ଥୀଙ୍କର ମାନସିକ ସ୍ତରକୁ ତାହା ନିଶ୍ଚିତ ଭାବେ ପ୍ରଭାବିତ କରିବ । ତେବେ ୟୁଜିସି ନେଟ୍ ପାସ୍ ନକରି ବି ଆପଣ ଜଣେ ପ୍ରଫେସର ହୋଇପାରିବେ । ଏଥିପାଇଁ କିଛି ନିୟମ ରହିଥିବା ବେଳେ କିଛି ପ୍ରୋସେସକୁ ମଧ୍ୟ ଅନୁସରଣ କରିବାକୁ ପଡ଼ିବ ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ ନାମରେ ଏକ ଯୋଜନା ରହିଛି । ଆପଣ ବିନା ନେଟ୍ ପାସରେ ଏହା ଜରିଆରେ ଜଣେ ପ୍ରଫେସର ହୋଇପାରିବେ । ଯେଉଁମାନେ ନିଜ କ୍ଷେତ୍ରରେ ଏକ୍ସପର୍ଟ ଥିବେ, ସେମାନେ ଏହି ପ୍ରଫେସନ ପାଇଁ ଆବେଦନ କରିପାରିବେ । ଏଥିପାଇଁ ୟୁଜିସିର ପୋର୍ଟାଲ ରହିଛି । ପ୍ରାର୍ଥୀଙ୍କୁ ପ୍ରଫେସନାଲ କ୍ଷେତ୍ରରେ ଅତି କମରେ ୧୫ ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ । ଏ ବାବଦରେ ଅଧିକ ତଥ୍ୟ ଜାଣିବା ପାଇଁ ୟୁଜିସି ୱେବସାଇଟ୍ ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.