fbpx

ବର ଜଣେ, କନ୍ୟା ଦୁଇଜଣ, ବିବାହ ପୂର୍ବରୁ ତିନି ସନ୍ତାନ: ଜାଣନ୍ତୁ ଆଗକୁ କ’ଣ ଘଟିଲା

ଜଣେ କନ୍ୟାକୁ ଜଣେ ବର ବିବାହ କରନ୍ତି, ଏକଥା ଆପଣମାନେ ଜାଣିଥିବେ । ମୁମ୍ବାଇରେ ଜଣେ ବରକୁ ଦୁଇଜଣ କନ୍ୟା ବିବାହ କରିଛନ୍ତି । ପୁଣି ବିବାହ ପୂର୍ବରୁ ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି । ମୁମ୍ବାଇର ଜଣେ ୨୬ ବର୍ଷୀୟ ଯୁବକ ସଞ୍ଜୟଙ୍କ ବିବାହକୁ ନେଇ ଏହି ଚର୍ଚ୍ଚା ଖୁବ୍ ଜୋର ଧରିଛି । ସୋସିଆଲ ମିଡ଼ିଆରେ ଏହି ଖବର ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ଯୁବକ ଜଣକ ପୂର୍ବରୁ ଦୁଇ ଯୁବତୀଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହିଆସୁଥିଲେ । ସଞ୍ଜୟ ଜଣେ ଅନାଥ ଓ ସେ ପେଶାରେ ଜଣେ ରିକ୍ସା ଚାଳକ ଅଟନ୍ତି । ସଞ୍ଜୟ ନିଜର ବିବାହ କାର୍ଡରେ ଦୁଇଜଣ କନ୍ୟାଙ୍କ ନାମ ଉଲ୍ଲେଖ କରିଥିଲେ, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ସଞ୍ଜୟଙ୍କୁ ବିବାହ କରି ଦୁଇଜଣ ଯୁବତୀ ଖୁସିଥିବା କହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.