fbpx

ରାଜ୍ୟକୁ ଆସିବ ୧ ଲକ୍ଷ କୋଭିସିଲଡ୍ ଟିକା

ଭୁବନେଶ୍ୱର,୨୪ା୪ : ରାଜ୍ୟରେ ଆଜିଠାରୁ ସଟଡାଉନ୍ ଜାରି ରହିଥିବା ବେଳେ ବିମାନବନ୍ଦର ଯୋଗେ ଓଡିଶା ଆସୁଛି ୧ ଲକ୍ଷ କୋଭିସିଲଡ୍ ଟିକା । ତେବେ ଶନିବାର ଏବଂ ରବିବାର ସଟଡାଉନ୍ ଘୋଷଣା ହୋଇଥିବା ବେଳେ ଟିକାକରଣ ବନ୍ଦ ରହିଛି । ଏହି ସମୟରେ ଟିକାକରଣ କେନ୍ଦ୍ର ଗୁଡିକୁ ସାନିଟାଇଜ୍ କରାଯିବ ଏବଂ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଟିକାକରଣ ଅନବରତ ଭାବେ ଚାଲିବ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ମେ ମାସ ଠାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିବିଶେଷଙ୍କ ପାଇଁ ଟିକା ଉପଲବ୍ଧ କରାଯିବାକୁ ଥିବା ବେଳେ ଏନେଇ ଆଜି ଗୁରୁତ୍ୱପୁର୍ଣ୍ଣ ଆଲୋଚନା ହେବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୁଚନା ଦେଇଛନ୍ତି ।

ସୁଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ ୭୭୯ କେନ୍ଦ୍ରରେ ଲୋକଙ୍କୁ ଦିଆଯାଉଛି କରୋନା ବିରୋଧୀ ଟିକା । ଏବେ ସୁଦ୍ଧା ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଛି । ଏଥିସହିତ ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ୍ ଲୋକେ ନେଇଛନ୍ତି ।

Get real time updates directly on you device, subscribe now.