CHARIDHAM

ୱାନ ନେସନ- ୱାନ ଇଲେକ୍ସନ କିପରି କରିବ କାମ; ଜାଣନ୍ତୁ ଏହାର ଫାଇଦା ଏବଂ ଅସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରିଥିବା ଆଉ ଏକ ପ୍ରତିଜ୍ଞାକୁ ପୂରଣ କରିଛନ୍ତି। ମୋଦୀ କ୍ୟାବିନେଟ ୱାନ ନେସନ- ୱାନ ଇଲେକ୍ସନର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏହା ଦ୍ୱାରା ଲୋକସଭା ଏବଂ ବିଧାନସଭାର ନିର୍ବାଚନ ଏକ ସାଙ୍ଗରେ କରାଯିବ। ସରକାର ସଂସଦର ଶୀତକାଳୀନ ଅଧିବେଶନ ଅର୍ଥାତ ନଭେମ୍ବର-ଡିସେମ୍ବରରେ ଏହି ବିଲ୍ ପାସ୍ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱର କମିଟି ଏହା ଉପରେ ମାର୍ଚ୍ଚରେ ନିଜ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟରେ କୁହାଯାଇଥିଲା ଯେ, ପ୍ରଥମ ପଦକ୍ଷେପରେ ଲୋକସଭା ଏବଂ ରାଜ୍ୟସଭା ନିର୍ବାଚନକୁ ଏକ ସାଙ୍ଗରେ କରିବା ଆବଶ୍ୟକ। କମିଟି ସୁପାରିଶ କରିଥିଲା ଯେ, ଲୋକସଭା ଏବଂ ରାଜ୍ୟସଭା ନିର୍ବାଚନ ଏକ ସାଙ୍ଗରେ କରାଯିବାର ୧୦୦ ଦିନ ଭିତରେ ସ୍ଥାନୀୟ ନାଗରିକ ନିର୍ବାଚନ ହେବା ଆବଶ୍ୟକ।

ୱାନ ନେସନ- ୱାନ ଇଲେକ୍ସନର ଅର୍ଥ ଭାରତରେ ଲୋକସଭା ଏବଂ ସମସ୍ତ ରାଜ୍ୟକୁ ବିଧାନସଭା ନିର୍ବାଚନ ଏକ ସାଙ୍ଗରେ କରାଯିବା। ଏଥିସହ ସ୍ଥାନୀୟ ନାଗରିକଙ୍କ ନିର୍ବାଚନ ମଧ୍ୟ ଗୋଟିଏ ଦିନ ବା ଏକ ଧାର୍ଯ୍ୟ ସମୟ ସୀମାରେ କରାଯିବ। ପିଏମ ମୋଦୀ ବହୁ ସମୟରୁ ୱାନ ନେସନ- ୱାନ ଇଲେକ୍ସନର ଓକିଲାତି କରିଆସୁଥିଲେ। ସେ କହିଥିଲେ ଯେ, ନିର୍ବାଚନ ମାତ୍ର ତିନି ନା ଚାରି ମାସ ପାଇଁ ହେବା ଆବସ୍ୟକ, ପୁରା ୫ ବର୍ଷ ରାଜନୀତି ହେବା ଆବଶ୍ୟକ ନୁହେଁ। ଏଥିସହ ନିର୍ବାଚନରେ ଖର୍ଚ୍ଚ କମ ହେବା ଏବଂ ପ୍ରଶାସନିକ ମେସିନାରୀ ଉପରେ ବୋଝ ନ ବଢୁ।

ମୋଦୀ ସରକାର ଏହାକୁ କାହିଁକି ଜରୁରୀ ବୋଲି ଭାବୁଛନ୍ତି:
-ଏହି ନିର୍ବାଚନ ବାରମ୍ବାର ନିର୍ବାଚନରୁ ମୁକ୍ତି ଦେଇଥାଏ। ନିର୍ବାଚନ ଖର୍ଚ୍ଚ ବଞ୍ଚିବ ଏବଂ ଭୋଟିଙ୍ଗ ପ୍ରତିଶତ ବଢିବ।
-ଏହା ରାଜନୈତିକ ସ୍ଥିରତା ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।
-ଇଲେକ୍ସନ କାରଣରୁ ବାରମ୍ବାର ନିତିରେ ପରିବର୍ତ୍ତନ କମ ହୋଇପାରେ।
– ବାରମ୍ବାର ନିର୍ବାଚନ ମୋଡରେ ଯିବା ପରିବର୍ତ୍ତେ ସରକାରମାନେ ବିକାଶ ମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ସମର୍ଥ ହେବେ।
-ପ୍ରଶାସନକୁ ମଧ୍ୟ ଫାଇଦା ମିଳିବ, ଶାସନ ଉପରେ ଗୁରୁତ୍ୱ ବଢିବ।

ଚ୍ୟାଲେଞ୍ଜ:
– ୱାନ ନେସନ- ୱାନ ଇଲେକ୍ସନ ବ୍ୟବସ୍ଥା ଲାଗୁ କରିବାରେ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ସମ୍ବିଧାନ ଏବଂ ଆଇନରେ ପରିବର୍ତ୍ତନ। ଏକ ଦେଶ ଏକ ନିର୍ବାଚନ ପାଇଁ ସମ୍ବିଧାନରେ ସଂଶୋଧ କରିବାକୁ ପଡିବ। ଏହାପରେ ଏହି ରାଜ୍ୟ ବିଧାନସଭାମାନଙ୍କ ପାଖରୁ ପାସ କରିବାକୁ ପଡିବ।
-ଲୋକସଭା ଏବଂ ରାଜ୍ୟ ବିଧାନସଭା ଗୁଡିକ କାର୍ଯ୍ୟକାଳ ପାଞ୍ଚ ବର୍ଷର ହୋଇଥାଏ, ହେଲେ ଏହାକୁ ପୂର୍ବରୁ ବି ଭଙ୍ଗା ଯାଇପାରେ। ସରକାରଙ୍କ ଅନୁଯାୟୀ, ସବୁଠାରୁ ବଡ଼ ଚ୍ୟାଲେଞ୍‌କ ହେବ ଯଦି ଲୋକସଭା ବା କୌଣସି ରାଜ୍ୟର ବିଧାନସଭା ଭାଙ୍ଗିଯାଏ ତେବେ ଏକ ଦେଶ-ଏକ ନିର୍ବାଚନର ପ୍ରକ୍ରିୟା କିପରି ରକ୍ଷଣାବେକ୍ଷଣା କରାଯିବ।
-ନିଜ ଦେଶରେ ଇଭିଏମ ଏବଂ ଭିଭିପିଏଟି ବ୍ୟବହାସର କରି ନିର୍ବାଚନ ହୋଇଥାଏ, ଯାହାର ସଂଖ୍ୟା ସୀମିତ ଅଟେ। ଲୋକସଭା ଏବଂ ବିଧାନସଭାର ନିର୍ବାଚନ ଭିନ୍ନ-ଭିନ୍ନ ହେବାରେ ଏହାର ସଂଖ୍ୟା ସମାପ୍ତ ହୋଇଯାଏ।