fbpx

One Nation, One IDରେ ସ୍କୁଲ ପିଲାଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର: ମିଳିବ ୟୁନିକ ଅପାର ଆଇଡି

ନୂଆଦିଲ୍ଲୀ: ସାରା ଭାରତରେ ଏବେ ୱାନ୍ ନେସନ୍ ୱାନ ଆଇଡି ଉପରେ ଗୁରୁତ୍ୱ ଦିଆଯାଉଛି । ତେବେଏହି ପରୀପ୍ରେକ୍ଷୀରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଦେଶର ସ୍କୁଲ ପଢୁଆ ପିଲାମାନଙ୍କ ପାଇଁ ୟୁନିକ ଆଇଡେଣ୍ଟିଫିକେସନ ନମ୍ବର ଜାରି କରିବା ପାଇଁ ପ୍ରସ୍ତୁତ ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଏହାକୁ Automated Permanent Academic Account Registryବା (APAAR/ଅପାର) କାର୍ଡ ବୋଲି କୁହାଯିବ ।

ପ୍ରି-ପ୍ରାଇମେରୀରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଭାରତୀୟ କାର୍ଡ ପ୍ରଦାନ କରାଯିବ । ତେବେ ଏହା ଅଧାର କାର୍ଡ ସହ ଲିଙ୍କ ହେବା ସହିତ ପିଲାଙ୍କ ଶିକ୍ଷାଗତ ଯାତ୍ରା ବା ଉପଲବ୍ଧିର ସମ୍ପୂର୍ଣ୍ଣ ତଥ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇ ରହିବ । ତେବେ ଏଥିପାଇଁ ପ୍ରତ୍ୟେକ ଅଭିଭାବକଙ୍କ ପାଖରୁ ମଞ୍ଜୁରୀ ନିଆଯିବ । ଗୋଟିଏ ଦେଶ-ଗୋଟିଏ ଷ୍ଟୁଡେଣ୍ଟ ଆଇଡି ଯୋଜନା ଅଧୀନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପିଲାଙ୍କ ଆଧାର କାର୍ଡ ଜରିଆରେ ପିଲାଙ୍କ ସମସ୍ତ ତଥ୍ୟ ସଂଗ୍ରହ କରିବା ସହିତ ସ୍କୁଲ ମ୍ୟାନେଜମେଣ୍ଟସ ଏବଂ ଅଭିଭାବକଙ୍କ ମତ ଗ୍ରହଣ ଆରମ୍ଭ ହୋଇଯାଇଛି ।

ମିଳିବ ଏହିସବୁ ଫାଇଦା:

  • ଅପାର ଆଇଡିରେ ଛାତ୍ରଛାତ୍ରୀଙ୍କ ସମସ୍ତ ଶିକ୍ଷାଗତ ତଥ୍ୟ, କ୍ରୀଡ଼ା ଦକ୍ଷତା, ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତାର ସମସ୍ତ ତଥ୍ୟ ସାମିଲ ରହିବ । ଯାହା ଖୁବ ସହଜରେ କମ୍ ସମୟରେ ମିଳିପାରିବ ।
  • ଏଥିରେ ଛାତ୍ରଛାତ୍ରୀମାନଙ୍କୁ ସ୍କଲାରସିପ, ଏଜୁକେସନ ଲୋନ୍, ଆୱାର୍ଡସ ଏବଂ ସରକାରୀ ସ୍କିମ ଇତ୍ୟାଦିରେ ଲାଭ ମିଳିପାରିବ ।
  • ତେବେ ପିଲାଙ୍କ ସ୍କୁଲ ପରିବର୍ତ୍ତନ ବେଳେ ଏହି କାର୍ଡକୁ ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ । କାରଣ ଏହା ଆଧାର ନମ୍ବର ସହ ଲିଙ୍କ ହୋଇଥିବା ୟୁନିକ ଷ୍ଟୁଡେଣ୍ଟ ଆଇଡି କାର୍ଡ । ଦେଶର ପ୍ରତ୍ୟେକ ରାଜ୍ୟର ସ୍କୁଲରେ ପିଲାଙ୍କ ଇଡି ସମାନ ରହିବ ।
  • ନୂଆ ଶିକ୍ଷାନୀତି ୨୦୨୦ ଅଧୀନରେ ଭାରତ ସରକାର ଏହି ଆଇଡି ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଏହାର ବ୍ୟବହାର କେବଳ ଶିକ୍ଷା କ୍ଷେତ୍ରରେ ହୋଇପାରିବ ।

Get real time updates directly on you device, subscribe now.