fbpx
BSKY SKY
BSKY SKY

ଶସ୍ତା ମେମ୍ବରସିପ୍ ପ୍ଲାନ ପରେ ସ୍ୱିଗି ଗ୍ରାହକଙ୍କୁ ଦେଲା ଝଟକା, ବୃଦ୍ଧି କଲା ପ୍ଲାଟଫର୍ମ ଫି’

BSKY

ନୂଆଦିଲ୍ଲୀ:ଚଳିତ ପାର୍ବଣ ଋତୁ ଉପଲକ୍ଷେ ଫୁଡ୍ ଡେଲିଭରୀ ପ୍ଲାଟଫର୍ମ ସ୍ୱିଗି ଗ୍ରାହକଙ୍କୁୁ ଜୋରଦାର ଝଟକା ଦେଇଛି । କମ୍ପାନୀ ଏହାର ପ୍ଲାଟଫର୍ମ ଫି’କୁ ବଢାଇ ଦେଇଛି । କମ୍ପାନୀ ଫୁଡ୍ ଡେଲିଭରୀ ଅର୍ଡର ଉପରେ ଲାଗୁଥିବା ପ୍ଲାଟଫର୍ମ ଫି’କୁ ୨ ଟଙ୍କାରୁ ବୃଦ୍ଧି କରି ୩ ଟଙ୍କା କରି ଦେଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ସପ୍ତାହରେ ସ୍ୱିଗି ୯୯ ଟଙ୍କାର ଶସ୍ତା ମେମ୍ବରସିପ୍ ପ୍ଲାନ ୱାନ୍ ଲାଇଟ୍ ମେମ୍ବରସିପ୍ ଲଞ୍ଚ କରିଥିଲାଯାହାକୁ ସବସ୍କ୍ରାଇବ କରିବା ପରେ ଫ୍ରି ଡେଲିଭରୀ ସହିତ ଅନେକ ସୁବିଧା ମିଳିବ ବୋଲି କୁହାଯାଇଥିଲା ।

ତେବେ କମ୍ପାନୀର ଏହି ପ୍ଲାଟଫର୍ମ ଫି’ କେବଳ ଏହାର ଫୁଡ୍ ଡେଲିଭରୀ ସର୍ଭିସ୍ କ୍ଷେତ୍ରରେ ଲାଗୁ ହୋଇଥାଏ, ଇନଷ୍ଟାମାର୍ଟ ଅର୍ଡର ଉପରେ ଲାଗୁ ହୋଇ ନ ଥାଏ । ଗତ ଏପ୍ରିଲରେ କମ୍ପାନୀ କାର୍ଟ ଭ୍ୟାଲୁ କଥା ଚିନ୍ତା ନ କରି ଅର୍ଡର ପିଛା ୨ ଟଙ୍କା ପ୍ଲାଟଫର୍ମ ଫି’ ଧାର୍ଯ୍ୟ କରିଥିଲା ।

ଏହି ବୃଦ୍ଧି ପରେ ସ୍ୱିଗି ପକ୍ଷରୁ କୁହାଯାଇଛି ଏହା କମ୍ପାନୀର ଏକ ସାଧାରଣ କଥା । ଯେଉଁ ସହରରେ ଆମେ କାମ କରୁଛୁ ସେଥିମଧ୍ୟରୁ ଅଧିକାଂଶ ସହରରେ ପ୍ଲାଟଫର୍ମ ଫି’ ୩ ଟଙ୍କା ରହିଛି । ଏଠାରେ ସୂଚାଇ ଦିଆଯାଇପାରେ ଅଗଷ୍ଟରେ ପ୍ରତିନ୍ଦ୍ୱନ୍ଦୀ ଜୋମାଟୋ ଏହାର ପ୍ଲାଟଫର୍ମ ଫି’ ୨ ଟଙ୍କାରୁ ବୃଦ୍ଧି କରି ୩ ଟଙ୍କା କରିଦେଇଥିଲା ।

Get real time updates directly on you device, subscribe now.