fbpx

ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ: ରାସ୍ତାରୋକ କଲେ ଉତକ୍ଷିପ୍ତ ଲୋକେ

ବ୍ରହ୍ମପୁର: ଅଜଣା ଗାଡ଼ି ଧକ୍କାରେ ଆଜି ସକାଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗାଁ ନିକଟରେ ।

ସୂଚନା ଅନୁଯାୟୀ, ଆଜି ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଶ୍ରୀଚନ୍ଦନପୁର ଗାଁ ନିକଟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଏହାକୁ ନେଇ ସ୍ଥାନୀୟ ଳୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଆସିକା-ଦିଗପହଣ୍ଡି ରାସ୍ତା ଅବରୋଦ କରିଛନ୍ତି । ତେବେ ଏ ନେଇ ଅଧିକ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଜାରି ରଖିଛି ପୁଲିସ ।

Get real time updates directly on you device, subscribe now.