fbpx

ଭୟଙ୍କର ରୂପ ନେଉଛି ବାତ୍ୟା ମିଧିଲି: ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ

ନୂଆଦିଲ୍ଲୀ: ମିଧିଲି ବାତ୍ୟା ପ୍ରଭାବରେ ପୂର୍ବ ରାଜ୍ୟମାନଙ୍କରେ ପ୍ରଭଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ବିଭିନ୍ନ ରାଜ୍ୟକୁ ମୌସୂମୀ ବିଭାଗ ତରଫରୁ ରେଡ ଆଲର୍ଟ ଜାରି କରାଯାଇଛି । ଗତକାଲି ପୂର୍ବେତ୍ତର ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ତେଣୁ ମେଘାଳୟର ଚେରୀ ବ୍ଲସମ ପର୍ବର ପ୍ରଥମ ଦିନ ବର୍ଷା ଯୋଗୁଁ ପିକା ପଡ଼ିଛି । ତେବେ ବାତ୍ୟାର ପ୍ରଭାବ ଆଜି ଓଡ଼ିଶାରେ ଦେଖିବାକୁ ମିଳିପାରେ । ବାତ୍ୟା ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇପାରେ ।

ଆଇଏମଡି ସୂଚନା ଅନୁସାରେ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସମେତ ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ବଡ଼ିବ ନାହିଁ । କିନ୍ତୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ତଟୀୟ ଜିଲ୍ଲା ଯଥା, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, ମଣିପୁର, ଆସାମ ଏବଂ ମେଘାଳୟରେ ଶନିବାର ପ୍ରବଳ ବର୍ଷା ସାଙ୍ଗକୁ ଦ୍ରୁତ ବେଗରେ ପବନ ବହିପାରେ । ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀ ସନାଥ ଦାସ କହିଛନ୍ତି ଯେ, ତ୍ରିପୁରା ଏବଂ ଅନ୍ୟ ଚାରିଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି। ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେପାହିଜାଲା, ଧଲାଇ, ଗୋମତି ଏବଂ ଦକ୍ଷିଣର ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ଅନୁରୋଧ କରାଯାଇଛି। ଶୁକ୍ରବାର ରାତିରେ କିମ୍ବା ଶନିବାର ସକାଳେ ସର୍ବାଧିକ ୮୦ କିଲୋମିଟର ବେଗରେ ବାଂଲାଦେଶ ଉପକୂଳରେ ପହଞ୍ଚିବା ପୂର୍ବରୁ ଏହି ଘୂର୍ଣ୍ଣିବଳୟ ସୁନ୍ଦରବନ ଉପରେ ଗତି କରିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

Get real time updates directly on you device, subscribe now.