fbpx

(Video) କାହାକୁ ମିଳିବ ବିଶ୍ୱକପର Golden Ball-Bat? ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମହାଯୁଦ୍ଧ

ନୂଆଦିଲ୍ଲୀ: ୧୯ ତାରିଖ ସୁପର ସନ୍ ଡେ’ରେ ହେବ ବିଶ୍ୱକପର ସୁପର ଫାଇନାଲ ମ୍ୟାଚ୍ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏହି ଐତିହାସିକ ବିଶ୍ୱକପ ଫାଇନାଲ । ଫାଇନାଲ୍ ଟ୍ରଫି ହାତେଇବା ପାଇଁ ଉଭୟ ଦଳ ଫର୍ମରେ ଅଛନ୍ତି । ଫାଇନଲରେ ଚମ୍ପିଆନ୍ ଦଳ ଜିତିବ ବିଶ୍ୱକପ୍ ଟ୍ରଫି । ଏହା ସହିତ ୩୩ କୋଟି ଟଙ୍କାରୁ ମଧ୍ୟ ଅଧିକ ଅର୍ଥ ଆଇସିସି ପକ୍ଷରୁ ପ୍ରଦାନ କରାଯିବ । ତେବେ ଏହି ପୁରସ୍କାର ବ୍ୟତୀତ ଆଇସିସି ବିଶ୍ୱକପରେ ଗୋଲ୍ଡେନ୍ ବ୍ୟାଟ ଏବଂ ଗୋଲ୍ଡେନ ବଲ୍ ମଧ୍ୟ ପ୍ରଦାନ କରାଯିବ । ତେବେ କେଉଁ ଖେଳାଳିଙ୍କୁ ମିଳିବ ଏହି ଗେ୍ାଲ୍ଡେନ ବ୍ୟାଟ୍ ଏବଂଗୋଲେଡ୍ନ ବଲ୍ ।

ତେବେ ବର୍ତ୍ତମାନ ସୁଦ୍ଧା ଆଇସିସିର ଏହି ଦୁଇଟି ପୁରସ୍କାର ପାଇବା ପାଇଁ ଯୋଗ୍ୟତା ହାସଲ କରିଥିବା ଖେଳାଳି ହେଉଛନ୍ତି ଟିମ ଇଣ୍ଡିଆର ଦୁଇ ସୁପରଷ୍ଟାର । ବିଶ୍ୱକପ୍ ୨୦୨୩ରେ ଟିମ୍ ଇଣ୍ଡିଆର ସବୁଠାରୁ ଅଧିକ ରନ୍ କରିଥିବା ଷ୍ଟାର ବ୍ୟାଟର ହେଉଛନ୍ତି ବିରାଟ କୋହଲି । ସେ ଚଳିତ ଟୁର୍ଣ୍ଣାମେଣ୍ଟରେ ୧୦ଟି ମ୍ୟାଚ୍ ଖେଳି ବ୍ୟକ୍ତିଗତ ଭାବରେ ମୋଟ ୭୧୧ ରନ୍ କରିଛନ୍ତି । ବିଶ୍ୱକପରେ ୩ଟି ଶତକ ସହିତ ୫ଟି ଅର୍ଦ୍ଧଶତକ କରି କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟରଙ୍କ ଅନେକ ରେକର୍ଡ ଭାଙ୍ଗି ଦେଇଛନ୍ତି ଇତିହାସ ସୃଷ୍ଟି କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍ ତାଲିକାରେ ଖୁବ ଉପରେ ରହିଛନ୍ତି କିଙ୍ଗ କୋହଲି । ବିରାଟଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟର କ୍ୱିଣ୍ଟନ ଡି’ କକ୍ । କିନ୍ତୁ ଡି’ କକ୍ ୧୦ଟି ମ୍ୟାଚରୁ ୫୯୪ ରନ୍ କରିଥିବା ବେଳେ ତାଙ୍କ ଦଳ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି । ତେଣୁ ଷ୍ଟାର ଇଣ୍ଡିଆନ୍ ବ୍ୟାଟର କୋହଲି ବିଶ୍ୱକପ୍ ୨୦୨୩ର ଗୋଲ୍ଡେନ୍ ବ୍ୟାଟ୍ ପାଇବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ସେହିପରି ଭାରତୀୟ ଦଳ ଫାଇନାଲ୍ ପହଞ୍ଚିବାରେ ବୋଲରଙ୍କ ହାତ ମଧ୍ୟ ରହିଛି । ତେବେ ଗୋଲ୍ଡେନ୍ ବଲ୍ ପାଇବା ପାଇଁ ଭାରତୀୟ ଦଳର ବୋଲର ମହମ୍ମଦ ଶାମୀଙ୍କ ନାଁ ସବୁଠାରୁ ଆଗରେ ରହିଛି । ସେ ଚଳିତ ବିଶ୍ୱକପରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳି ୨୩ଟି ୱିକେଟ୍ ହାସଲ କରି ସାରିଛନ୍ତି । ଦ୍ୱିତୀୟରେ ଅଛନ୍ତି ଅଷ୍ଟ୍ରେଲିଆର ଆଡାମ୍ ଜାମ୍ପା । ଜାମ୍ପାଙ୍କ ଖାତାରେ ମୋଟ ୧୦ଟି ମ୍ୟାଚରୁ ୨୨ଟି ୱିକେଟ୍ ହାସଲ କରିଛନ୍ତି । ତେବେ ଗୋଲ୍ଡେନ ବଲ୍ ପାଇଁ ଶାମୀ ଏବଂ ଜାମ୍ପାଙ୍କ ମଧ୍ୟରେ ଏହି ପୁରସ୍କାର ପାଇଁ ଲାଗିବ ଟକ୍କର । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚରେ ଗୋଲ୍ଡେନ ବଲ୍ କାହାକୁ ମିଳିବ ତାହା ସ୍ପଷ୍ଟ ହେବ । ତଥାପି କୁହାଯାଉଛି କି ଶାମୀ ଯେଉଁ ଫର୍ମରେ ଅଛନ୍ତି ତାଙ୍କୁ କେହି ତଳକୁ ଖସେଇ ପାରିବେ ନାହିଁ ।

Get real time updates directly on you device, subscribe now.