ଭୁବନେଶ୍ୱର- ଓଃ, ଏ ମଣିଷ କେତେ ତଳକୁ ଖସିଯାଇଛି । ତା ନିକଟରେ ମାନବିତା ସତ୍ତା ହରାଇବାରେ ଲାଗିଛି । କାମ ଲାଲସା ମଣିଷକୁ ଏମିତି ଆୟତ୍ତ କରିନେଇଛି କି, ତା ଆଗରେ ବୟସର ସୀମା ନାହିଁ । ଲାଳସାକୁ ଚରିତାର୍ଥ କରିବାକୁ ନିସ୍ପାପ ଶିଶୁଙ୍କୁ ମଧ୍ୟ ଛାଡୁନି । ଏମିତି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରେ । କେନ୍ଦୁଝର ଲଜ୍ଜା, ସାହି ପଡିଶା, ସମ୍ପର୍କୀୟଙ୍କ ଉପରୁ ଉଠାଇଦେଇଛି ସେହି ପୀଡିତାର ବାପା, ମାଆଙ୍କର ଭରସା । ଆଜି ସବୁ ମଣିଷ ସେମାନଙ୍କ ଆଗରେ ଜଣେ ଜଣେ ରାକ୍ଷସ ପରି ଲାଗୁଛନ୍ତି । ସେପଟେ ବର୍ଷକର କୁନି ଝିଅ ସଂକଟାପନ୍ନ ଅବସ୍ଥାରେ ହେଉଛି ଚିକିତ୍ସିତ ।
ଖବର ମୁତାବକ, ଯୋଡ ଥାନା ସାନବଡବିଲ ଗାଁର ଜନୈକ ବ୍ୟକ୍ତିଙ୍କ ବର୍ଷେ ୩ ମାସର ଝିଅକୁ ଖେଳାଇବାକୁ କହି ପଡୋଶୀ ଯୁବକ ପବିତ୍ର ବେହେରା ସାଙ୍ଗରେ ନେଇଯାଇଥିଲା । କିଛି ସମୟ ପରେ ଶିଶୁ କନ୍ୟାର ଆର୍ତ୍ତ ଚିକ୍ରାର ବାଜିଥିଲା ପରିବାର ଲୋକଙ୍କ କାନରେ । ଝିଅର କଣ ହେଲା, କାଳେ କେଉଁଠି ପଡିଗଲା ଭାବି ଝିଅର କାନ୍ଦ ଶୁଭୁଥିବା ଦିଗକୁ ଧାଇଁଲେ । ପରିବାର ଲୋକ ଆସିବା ଦେଖି ପବିତ୍ର ସେଠାରୁ ପଳାଇଯିବା ବେଳେ କିନ୍ତୁ ଶିଶୁକନ୍ୟା ମୁର୍ମୂଷ ଅବସ୍ଥାରେ ପଡି କାନ୍ଧୁଥିଲା । ତାର କୁନି ଦେହ ଥିଲା ସମ୍ପୂର୍ଣ୍ଣ ମୁକୁଳା । ଆଉ ତାର ଯୌନାଙ୍ଗରୁ ରକ୍ତ ବୋହିଯାଉଥିଲା ।
ଝିଅର ଏପରି ଅବସ୍ଥା ଦେଖି ପରିବାର ଲୋକଙ୍କ ହୋସ ଉଡିଯାଇଥିଲା । ସେମାନେ ତୁରନ୍ତ ଚମ୍ପୁଆ ମେଡିକାଲ ନେଇଥିଲେ । କିନ୍ତୁ ତାର ଅବସ୍ଥା ଅତି ଗୁରୁତର ଥିବାରୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାର ଚିକିତ୍ସା ଚାଲିଛି । ସେପଟେ ଘଟଣା ଘଟାଇ ସମ୍ପକ୍ତ ଦୁଷ୍କର୍ମକାରୀ ସେଠାରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।