ହସୁଛି ଟମାଟୋ, କାନ୍ଦୁଛି ପିଆଜ: ୬ ଦିନରେ ଟମାଟୋ ଦର ୯ ଟଙ୍କା ହ୍ରାସ

୨୭ରେ ପହଞ୍ଚିଲା ଆଳୁ । ୪୦ ପାର୍ କରିବାକୁ ବସିଛି ପିଆଜ ।

ନୂଆଦିଲ୍ଲୀ: ଭରତୀୟ ଆନାଲିଟିକାଲ କମ୍ପାନୀ କ୍ରିସିଲର ରିପୋର୍ଟ ମୁତାବକ ଡିସେମ୍ବର ମାସରେ ଘରୋଇ ବ୍ୟଞ୍ଜିନର ଦାମ ୩% କମିଛି । ଆଳୁ, ଟମାଟୋ ଦର କମିବା କାରଣରୁ ଏହି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଜାନୁଆରୀରେ ମଧ୍ୟ ଆଳୁ ଏବଂ ବିଲାତି ଦାମ୍ କମ୍ ରହିବା ନେଇ ଆକଳନ କରିଛି ଏହି ଆନାଲିଟିକ୍ କମ୍ପାନୀ ।

ଜାନୁଆରୀରେ ଆଳୁ, ଟମାଟୋ ରେଟ୍ ୩ ଟଙ୍କାରୁ ୯ ଟଙ୍କା ପର୍ଯ୍ୟନ୍ତ କମିଛି । ଏହି ମାସରେ ଟମାଟୋ ଦର ୮% କମିଛି ।

ମିନିଷ୍ଟ୍ରି ଅଫ୍ କନଜ୍ୟୁମର ୱେବ ସାଇଟ୍ ଆଧାରରେ ଦିଲ୍ଲୀରେ ଆଳୁ ଦର ୧୦% କମିଛି । ଡିସେମ୍ବର ୩୧ ତାରିଖରେ ରାଜଧାନୀ ଦିଲ୍ଲୀରେ ଆଳୁ ଦର ୩୦ ଟଙ୍କା ଥିବାବେଳେ ଜାନୁଆରୀ ୬ ତାରିଖରେ ଏହାର ଦର ୨୭ ଟଙ୍କାରେ ପହଞ୍ଚିଛି । ସେହିପରି ବିଲାତି ଦରରେ ହ୍ରାସ ଘଟି ଏହା ୩୩.୩୨ ପଇସାରେ ପହଞ୍ଚିଛି ।

ଆଳୁ ଟମାଟୋ ଶସ୍ତା ହୋଇଥିବାବେଳେ ପିଆଜ କିନ୍ତୁ ମହଙ୍ଗା ରହିଛି । ଡିସେମ୍ବରରେ ପିଆଜ ୩୧ ଟଙ୍କା ଥିବାବେଳେ ଏବେ ୪୦ ଟଙ୍କାରେ ପହଞ୍ଚିଛି ।

ରିପୋର୍ଟ ମୁତାବକ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜୁରାତରେ ନୂଆ ଆଳୁ ଓ ଟମାଟୋ ଆସିବା ଯୋଗୁ ଦର କମିଛି ।