fbpx

ମାରାତ୍ମକ କ୍ୟାନ୍ସର ରୋଗରୁ ବଞ୍ଚାଇବ ‘ପିଆଜ’, ହାଇ ବ୍ଲଡପ୍ରେସର ମଧ୍ୟ ରହିବ କଣ୍ଟ୍ରୋଲ, ଜାଣନ୍ତୁ ୪ଟି ଫାଇଦା

ପିଆଜ ହେଉଛି ଏକ ପରିବା କିମ୍ବା କଞ୍ଚା ମସଲା ଯାହା ଅନେକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିକରଣରେ ବ୍ୟବହୃତ ହୁଏ। ଏହାର ନିଜସ୍ୱ ସ୍ୱାଦ ଯେକୌଣସି ଖାଦ୍ୟରେ ମିଶାଯାଏ ଏବଂ ସେହି ଖାଦ୍ୟର ସ୍ୱାଦ ବଢ଼ାଇଥାଏ। କିନ୍ତୁ ଆପଣ ଜାଣନ୍ତି କି ପିଆଜ କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ କରିଥାଏ।

ଆମେରିକୀୟ ଅଷ୍ଟିଓପାଥିକ୍ ଡାକ୍ତର ଜୋସେଫ ମାଇକେଲ ମର୍କୋଲା କହିଛନ୍ତି ଯେ, ପିଆଜ ସ୍ୱାସ୍ଥ୍ୟକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ସେ ଦର୍ଶାଇଛନ୍ତି ଯେ, ନିୟମିତ ଭାବେ ପିଆଜ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବାରେ, ଯଥା ଅନ୍ତନଳୀକୁ ସୁସ୍ଥ ରଖିବା ଏବଂ କର୍କଟ ଭଳି ଭୟଙ୍କର ରୋଗ ହେବାର ଆଶଙ୍କା କମିବାରେ ସାହାଯ୍ୟ କରିଥାଏ।

ଯଦି ଆପଣ ଖାଦ୍ୟରେ ପିଆଜ ବ୍ୟବହାର କରୁଛନ୍ତି ତେବେ ଏପରି ପିଆଜ ଘରକୁ ଆଣନ୍ତୁ ଯାହା ଶୁଖିଲା ଏବଂ ଶକ୍ତ ହୋଇଥିବ । ପିଆଜର ସେଲଫ ଲାଇଫ ବଢାଇବା ପାଇଁ ତାକୁ ଥଣ୍ଡା, ଶୁଖିଲା ଏବଂ ବାୟୁ ଚଳାଚଳ ସ୍ଥାନରେରେ ଷ୍ଟୋର କରନ୍ତୁ ।

ଡାକ୍ତର କହିଛନ୍ତି, ପିଆଜ ଖାଇବା ଦ୍ୱାରା ଅନ୍ତନଳୀକୁ ପୋଷଣ ମିଳିଥାଏ। ଏହା ବ୍ୟତୀତ ଆପଣ ଯଦି ଗ୍ୟାସ, ପେଟ ସଫା ନ ହେବା ସମସ୍ୟାରେ ପିଡିତ ଅଛନ୍ତି ତେବେ ଆପଣଙ୍କୁ ପିଆଜର ସେବନ କରିବା ନିହାତି ଆବଶ୍ୟକ।

Get real time updates directly on you device, subscribe now.