ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଇଣ୍ଡୋ ତିବେତାନ ବର୍ଡର ପୋଲିସ (ଆଇଟିବିପି) ପକ୍ଷରୁ ୫୨୬ଟି ପଦ ପୂରଣ ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ ପ୍ରକ୍ରିୟା । ନଭେମ୍ବର ୧୫ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଡିସେମ୍ବର ୧୪ ତାରିଖରେ ତାହା ସମାପ୍ତ ହେବ । ୟୁଆର, ଓବିସି ଓ ଇଡବ୍ଲ୍ୟୁଏସ ବର୍ଗର ପ୍ରାର୍ଥୀଙ୍କ ପାଇଁ ସବ-ଇନ୍ସପେକ୍ଟର ପଦ ପାଇଁ ୨୦୦ ଟଙ୍କା ଆବେଦନ ଫିସ୍ ରହିଛି । ସେହିପରି ଏହି ବର୍ଗର ପ୍ରାର୍ଥୀମାନେ ହେଡ-କନଷ୍ଟେବଳ (ଟେଲିକମ୍ୟୁନିକେସନ) ପଦ ପାଇଁ ୧୦୦ ଟଙ୍କା ଆବେଦନ ଫିସ୍ ଭରିବେ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।
ଉଭୟ ପୁରୁଷ ଓ ମହିଳା ଆଶାୟୀମାନେ ଏହ ସମସ୍ ପଦ ପାଇଁ ଆବେନ କରିପାରିବେ । ପୁରୁଷ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଉଚ୍ଚତା ଅଲଗା ଅଲଗା ରହିଛି । ସବ-ଇନ୍ସପେକ୍ଟର (ଟେଲିକମ୍ୟୁନିକେସନ) ପଦରେ ପୁରୁଷଙ୍କ ପାଇଁ ୭୮ଟି ପଦ ଓ ମହିଳାଙ୍କ ପାଇଁ ୧୪ଟି ପଦ ସଂରକ୍ଷିତ ରହିଛି । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ ଓ ବୟସ ଯୋଗ୍ୟତା ୨୦ରୁ ୨୫ ବର୍ଷ ମଧ୍ୟରେ ରହିଛି । ସେହିପରି ହେଡ୍ କନଷ୍ଟେବଳ (ଟେଲିକମ୍ୟୁନିକେସନ) ପଦରେ ପୁରୁଷଙ୍କ ପାଇଁ ୩୨୫ଟି ଓ ମହିଳାଙ୍କ ପାଇଁ ୫୮ଟି ପଦ ଖାଲି ରହିଛି । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ, ଯୁକ୍ତଦୁଇ (ପିସିଏମ) ପାସ, ଆଇଟିଆଇ, ଡିପ୍ଲୋମା (ପ୍ରାସଙ୍ଗିକ ଟ୍ରେଡ) ରହିଥିବା ବେଳେ ଆବେଦନର ଶେଷ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦ରୁ ୨୫ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।
ଅନଲାଇନ୍ ଆବେଦନ ଲିଙ୍କ: https://recruitment.itbpolice.nic.in/rect/index.php
ନୋଟିଫିକେସନ ଲିଙ୍କ: https://www.careerpower.in/blog/wp-content/uploads/2024/10/14104626/ITBP-Telecommunication-Notification-2024-PDF.pdf