fbpx

ଆଗକୁ ପରୀକ୍ଷା: ଅନଲାଇନ ପାଠପଢ଼ା ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର: ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି କାୟା ବିସ୍ତାର କରିଥିବା କରୋନା ମହାମାରୀ ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ଶିକ୍ଷାକ୍ଷେତ୍ର । ଶିକ୍ଷାନୁଷ୍ଠାନ ଗୁଡ଼ିିକ ବନ୍ଦ ରହିଥିବାରୁ ବିକଳ୍ପ ବ୍ୟବସ୍ଥା ଅନଲାଇନରେ ପଢ଼ାଯାଉଛି ପାଠ । ହେଲେ ଅନଲାଇନରେ ମଧ୍ୟ ଠିକ୍ ହୋଇପାରୁନାହିଁ ପାଠ ପଢ଼ା । ଏମିତିରେ କିଭଳି ଭାବରେ ପାଠ ପଢ଼ିବେ ଏବଂ ପରୀକ୍ଷା ଦେବେ ସେନେଇ ବଢ଼ିଛି +୨ ଛାତ୍ରଛାତ୍ରୀଙ୍କ ଚିନ୍ତା ।

ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅନଲାଇନ ପାଠ ପଢ଼ାପାଇଁ ପ୍ରସ୍ତୁତି କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବୈଠକରେ ହୋଇଛି ଅନଲାଇନ ପାଠ ପଢ଼ା ପାଇଁ ନିଷ୍ପତ୍ତି । ଛାତ୍ରଛାତ୍ରୀ କିପରି ଭାବରେ ପଢ଼ିବେ ଏବଂ କାହିଁକି ପଢ଼ିପାରୁନାହଁନ୍ତି ଏହାର ଦାୟିତ୍ୱ ଶିକ୍ଷକମାନଙ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏହା ସହ ପ୍ରୋକ୍ଟୋରିଆଲ ଗ୍ରୁପ୍ କରି ପାଠ ପଢ଼ାଇବାକୁ ନିର୍ଦ୍ଦେଶ ରହିଛି । ସେହିଭଳି ଉପାନ୍ତ ଅଞ୍ଚଳରେ ଅଭିଭାବକ ଅନୁମତି କ୍ରମେ ଛୋଟ ଛୋଟ ଗ୍ରୁପ୍ ରେ ଅଫଲାଇନରେ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.