fbpx

ଅନଲାଇନ୍ ଗେମିଂରେ ମେଟ୍ରୋ ସହରକୁ ପଛରେ ପକାଇଲା ଛୋଟ ସହର, ୭୦ ହଜାର କୋଟିର ବିଜନେସ୍‌

Advertisement

ନୂଆଦିଲ୍ଲୀ : ଅନଲାଇନ୍ ଖେଳ ଖେଳିବା ଦୃଷ୍ଟିରୁ ଉତ୍ତରପ୍ରଦେଶର ସମସ୍ତଙ୍କୁ ଛାଡିଛି । ଭାରତରେ ସର୍ବୋଚ୍ଚ ଅନଲାଇନ୍ ଖେଳ ଖେଳୁଥିବା ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ବିହାର।

୨୦୨୨ ଆର୍ଥିକ ବର୍ଷରେ ଅନଲାଇନ୍ ଗେମିଂ ର ବିଜନେସ୍ ୨.୬ ବିଲିୟନ ଡ଼ଲାର୍ ଅର୍ଥାତ୍ ପ୍ରାୟ ୨୧ ହଜାର କୋଟି ଟଙ୍କା ଥିଲା । ୨୦୨୭ ସୁଦ୍ଧା ଏହି ସଂଖ୍ୟା ୮.୬ ବିଲିୟନ ଡ଼ଲାରରେ ଅର୍ଥାତ୍ ପ୍ରାୟ ୭୦ ହଜାର କୋଟିରେ ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।
ଦେଶରେ ୫ଜି ଟେକ୍ନୋଲୋଜିର ପ୍ରବେଶ ପରେ ଅନ୍‌ଲାଇନ୍ ଗେମିଂ ଅଧିକ ମାତ୍ରାରେ ବୃଦ୍ଧି ହୋଇଛି । ଅନ୍ୟ ପଟେ ସିବିଡିଟି ଅନୁଯାୟୀ, ୨୦୨୧-୨୨ ବର୍ଷରେ ୨୦ଟି କମ୍ପାନୀର ଗେମିଂ ଆପ୍‌ରେ ୫୮ ହଜାର କୋଟି ଟଙ୍କାର ବିଜନେସ୍ ହୋଇଥିଲା ।

50+ Best Online Games to Play With Friends | Man of Many

ଇ-ଗେମିଂ ଖେଳାଳୀଙ୍କ ଉପରେ ଆୟକର ବିଭାଗର ନଜର

ଇ-ଗେମିଂ କମ୍ପାନୀଗୁଡିକ ପାଇଁ ଖେଳୁଥିବା ୧୦,୦୦୦ ଅନଲାଇନ୍ ଖେଳାଳୀଙ୍କୁ ଆୟକର ବିଭାଗ ନୋଟିସ୍ ପଠାଇଛି । ଏଥଇରେ ଟ୍ୟାକ୍‌ସ ପୈଠ କରିବାକୁ କୁହାଯାଇଛି । ସୂଚନାନୁସାରେ, କିଛି ମାସ ପୂର୍ବରୁ ଏହି ନୋଟିସ୍ ପଠାଯାଇଥିଲା, ବିଭାଗ ପକ୍ଷରୁ ବର୍ତ୍ତମାନ ଖେଳାଳିଙ୍କୁ ଟ୍ରାକିଂ କରାଯାଉଛି । ଯେଉଁମାନଙ୍କୁ ୧୦,୦୦୦ ରୁ ଅଧିକ ଟଙ୍କା ରୋଜଗାର କରିବେ ସେମାନେ ଟ୍ୟାକ୍ସ ଦେବାକୁ ବାଧ୍ୟ ହେବେ ।

ଅନଲାଇନ୍ ଖେଳ ଦୃଷ୍ଟିରୁ ଉତ୍ତରପ୍ରଦେଶ ଅନ୍ୟ ସମସ୍ତ ରାଜ୍ୟକୁ ପଛରେ ପକାଇଛି । ଭାରତର ସର୍ବାଧିକ ଅନଲାଇନ୍ ଗେମ୍ ଖେଳୁଥିବା ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମହାରାଷ୍ଟ୍ର, ରାଜସ୍ଥାନ, ବିହାର ଏବଂ ପଶ୍ଚିମବଙ୍ଗ ରହିଛି। ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୨୧ ଅପେକ୍ଷା ୨୦୨୨ରେ ଓଡିଶା, ପଞ୍ଜାବ, ତାମିଲନାଡୁ, ପୁଡୁଚେରୀ ଏବଂ ହିମାଚଳ ପ୍ରଦେଶରେ ମୋବାଇଲ୍ ଗେମ୍ ଖେଳୁଥିବା ଉପଭୋକ୍ତାଙ୍କ ସଂଖ୍ୟା ସର୍ବାଧିକ ବୃଦ୍ଧି ପାଇଛି।

During PSBB, Online Game Voucher Sales Increase 10 Times

ସର୍ଭେରୁ ଜଣାପଡିଛି ଯେ, ୨-୩ଟି ଛୋଟ ସହରରେ ମୋବାଇଲ୍ ଗେମିଂରେ ଅହେତୁକ ଅଭିବୃଦ୍ଧି ଘଟିଛି । ଗେମିଂ ହବ୍ ଭାବରେ ଲୋକପ୍ରିୟ ମୁମ୍ବାଇ ଏବଂ ବେଙ୍ଗାଲୁରୁ ପରି ମେଟ୍ରୋକୁ ଛୋଟ ସହର ଅତିକ୍ରମ କରିଛି । ଗତ ବର୍ଷ ଦିଲ୍ଲୀ ଶୀର୍ଷ ସ୍ଥାନରେ ଥିଲା । କିନ୍ତୁ ଏଥର ଶ୍ରେଷ୍ଠ ୧୦ଟି ସହରରେ ଗୋଟିଏ ହେଲେ ମେଟ୍ରୋ ସହର ନାହିଁ ।

Get real time updates directly on you device, subscribe now.