fbpx

ଲକଡାଉ୍‌ନରେ ମିଳିପାରେ ଅନଲାଇନ୍ ମଦ !

ଭୁବନେଶ୍ୱର ୦୪ ।୦୫ (ଓଡ଼ିଶା ଭାସ୍କର) : ଲକଡାଉନ୍ ସମୟରେ ଅନ୍‌ଲାଇନ୍‌ରେ ମିଳିପାରେ ଗ୍ରାହକଙ୍କୁ ମଦ । ଏନେଇ ଅବକାରୀ ବିଭାଗ ପକ୍ଷରୁ ବ୍ଲ୍ୟୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯଉଛି । ଏନେଇ ଅବକାରୀ କମିଶନଙ୍କ ଅଧକ୍ଷତାରେ ଏକ ବୈଠକ ବସିଥିଲା । ତେବେ ଅନ୍‌ଲାଇନ୍‌ରେ ବିକ୍ରି ହେବ କି ନାଁ ମଙ୍ଗଳବାର ସନ୍ଧ୍ୟା ସୂଚନା କରିବେ ଅବକାରୀ ବିଭାଗ । ଜୋମାଟୋ ଓ ସ୍ୱିଗୀ ଜରିଆରେ ଗ୍ରାହକମାନେ ମଦ ପାଇପାରିବେ ବୋଲି ଜଣାପଡିଛି । ତେବେ ଅନ୍‌ଲାଇନ୍‌ ବିକ୍ରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବ ନିଷ୍ପତ୍ତି ଅନୁସାରେ କେବଳ ସହର ଗୁଡିକରେ ଏହି ସେବା ମିଳି ପାରିବ । କଟକ, ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ ଓ ରାଉରକେଲା ସହରରେ ଡେଲିଭରୀ ଦେବ ଏହି ସଂସ୍ଥା ।

ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ଅନଲାଇନ୍‌ ବ୍ୟବସାୟ ପାଇଁ ଅନୁମତି ମିଳେ, ତେବେ ୧ ହଜାର ଟଙ୍କା ଭିତରେ ମଦ କିଣିଲେ ୧ ଶହ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ । ୧ ହଜାର ୧ ଟଙ୍କାରୁ ୧୫ ଶହ ଟଙ୍କା ଭିତରେ ମଦ କିଣିଲେ ୧୨୫ ଟଙ୍କା ଡେଲିଭରୀ ଚାର୍ଜ ପଡିବ । ସେହିଭଳି ୧୫ ଶହ ୧ ଟଙ୍କାରୁ ୨ ହଜାର ଟଙ୍କାରେ ମଦ କିଣିଲେ ୧୫୦ ଟଙ୍କା, ଦୁଇ ହଜାର ୧ ଟଙ୍କାରୁ ୨୫ ଶହ ଟଙ୍କାର ମଦରେ ୧୭୫ ଟଙ୍କା, ୩ ହଜାର ପାଇଁ ୨ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ । ସେଇଭଳି ୩ ହାଜାର ୧ ଟଙ୍କାରୁ ୩୫ ଶହ ଟଙ୍କାରେ ମଦ କିଣିଲେ ୨୫୦ ଟଙ୍କା, ୩୫୦୧ ଟଙ୍କାରୁ ୪ ହାଜର ଟଙ୍କା ମଦରେ ୨୫୦ ଟଙ୍କା ଚାର୍ଜ, ୪ ହଜାର ୧ ଟଙ୍କାରୁ ୪ ହାଜର ୫ ଶହ ଟଙ୍କାରେ ମଦ କିଣିଲେ ୨୭୫ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡ଼ିବ । ୪,୫୦୧ ଟଙ୍କାରୁ ଅଧିକ ମଦ ପାଇଁ ୩ ଶହ ଟଙ୍କା ଡେଲିଭରୀ ଚାର୍ଜ ନେବେ ଜୋମାଟୋ ଓ ସ୍ୱିଗୀ ।

ସେପଟେ ଲକଡାଉନ ପୂର୍ବରୁ ସହରର ବିଭିନ୍ନ ମଦ ଦୋକାନ ସମ୍ମୁଖରେ ଲମ୍ବା ଲାଇନ୍‌ ଲାଗିଥିବା ଦେଖାଯାଉଛି । ଗ୍ରାହକମାନକୁ କିଛି ଦୋକାନୀ ଚଢ଼ା ଦରରେ ମଦ ବିକ୍ରି କରୁଥିବାର ମଧ୍ୟ ନଜରକୁ ଆସିଛି ।

 

Get real time updates directly on you device, subscribe now.