fbpx

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର ୮୪ ସେକେଣ୍ଡ; ଜାଣନ୍ତୁ ଏହି ମୁହୂର୍ତ୍ତ କେମିତି ସବୁଠାରୁ ଶୁଭ 

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେଉଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର। ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ତାରିଖ ବି ଧାର୍ଯ୍ୟ କରାଯାଇଛି। ୨୨ ଜାନୁଆରୀ ଦିନ ହେବ ଏହି ମହାନ କାର୍ଯ୍ୟ। ସମ୍ମାନିତ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏଥି ପାଇଁ ଅନେକ ପଣ୍ଡିତ ବହୁ ଗବେଷଣା ପରେ ଏକ ଶୁଭ ସମୟ ସ୍ଥିର କରିଛନ୍ତି । ଖାସ କଥା ହେଉଛି ରାମଙ୍କ ପୂଜା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ ମାତ୍ର ୮୪ ସେକେଣ୍ଡ । ଆପଣଙ୍କୁ କହିରଖୁଛୁ ଯେ ରାମ ଯେଉଁ ଶୁଭ ମୁହୂର୍ତ୍ତରେ ଗର୍ଭଗୃହରେ ବସିବେ ତାହାର ପ୍ରତି ସେକେଣ୍ଡ ନିର୍ଦ୍ଧାରଣ କରାଯାଇଛି ।

ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ ପାଇଁ ସବୁଠାରୁ ଶୁଭ ସମୟ ହେଉଛି ୮୪ ସେକେଣ୍ଡ । ଏହି ସମୟ ୨୨ ଜାନୁଆରୀ ୨୦୨୪ରେ ୧୨:୨୯ ମିନିଟ ୮ ସେକେଣ୍ଡରୁ ୧୨:୩୦ ମିନିଟ୩୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଏହି ସମୟରେ ଆକାଶରେ ୬ଟି ଗ୍ରହ ଅନୁକୂଳ ସ୍ଥିତିରେ ରହିବେ। କାଶୀ ଜ୍ୟୋତିଷ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ ଏହି ମୁହୂର୍ତ୍ତକୁ ଚୟନ କରିଛନ୍ତି, ଯାହାକୁ ସବୁଠାରୁ ଠିକ ବୋଲି ବିବେଚନା କରାଯିବ ଏବଂ ରାମଙ୍କ ପ୍ରତିଷ୍ଠା କରାଯିବ । ଆପଣଙ୍କୁ କହିରଖୁଛୁ ଯେ ଭୂମି ପୂଜନର ମୁହୂର୍ତ୍ତକୁ ଜ୍ୟୋତିଷ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରଭିନ ମଧ୍ୟ ବାହାର କରିଥିଲେ ।

 

Get real time updates directly on you device, subscribe now.