fbpx
BJD SKY
BJD SKY

ମୋଟା ଲୋକମାନଙ୍କ ପାଇଁ ନୂଆ ଡ୍ରିଙ୍କ୍ ଲଞ୍ଚ କଲେ କିମ୍ ଜୋଙ୍ଗ୍‌

BJD

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ (Kim Jong Un) ଦେଶରେ ମୋଟା ଲୋକମାନଙ୍କୁ ପତଳା କରିବା ପାଇଁ ନୂଆ ପନ୍ଥା ଆପଣେଇବା ନେଇ ଏକ ରିପୋର୍ଟରୁ ପ୍ରକାଶ । ନିକଟରେ କିମ୍ ଜୋଙ୍ଗ୍ ଏପରି ଏକ ଡ୍ରିଙ୍କ୍ ଲଞ୍ଚ୍ କରିଛନ୍ତି ଯାହାକୁ ପିଇବା ଦ୍ୱାରା ମୋଟା ଲୋକମାନେ ନିଜ ଓଜନ ହ୍ରାସ କରିପାରିବେ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ନୂତନ ଡ୍ରିଙ୍କ୍ ହେଉଛି ଏକ ମାଦକ ଦ୍ରବ୍ୟ । ଯାହାକି ଏକ ଲୋ କ୍ୟାଲୋରୀ ବିୟର ଅଟେ । ଏହାର ୮ଟି ଭେରାଇଟି ଉପଲବ୍ଧ । ତେବେ ଏହି ଲୋ କ୍ୟାଲୋରୀ ବିୟର ଏକ ସରକାରୀ କଂପାନୀ ଦ୍ୱାରା ପ୍ୟୋଙ୍ଗ୍‌ୟାଙ୍ଗ୍‌(Pyongyang)ରେ ଲଞ୍ଚ କରାଯାଇଛି । ଏହା ହେଉଛି ବିୟରର ଲେଟେଷ୍ଟ ଭର୍ସନ । ଏହି ବିୟରର ବିଶେଷତ୍ୱ ହେଉଛି ଯେ ଏଥିରେ କମ୍ ଚିନି ଏବଂ କ୍ୟାଲୋରି ରହିଛି । ଏହା ଉଭୟ ଅଧିକ ଓଜନ ଥିବା ବ୍ୟକ୍ତି ଏବଂ କ୍ରୀଡ଼ାବିତମାନଙ୍କ ପାଇଁ ଉତ୍ତମ ଅଟେ ବୋଲି ଜାପାନର ଆଉଟଲେଟ୍ Choson Sinbo ଏହି ସୂଚନା ଦେଇଛନ୍ତି ।
ଉତ୍ତର କୋରିଆରେ ଅନାହାର ପରିସ୍ଥିତି ସମୟରେ ଲୋକମାନେ କେବଳ ବିୟର ବା ଚାଉଳରେ ତିଆରି ହୋଇଥିବା ଡ୍ରିଙ୍କ୍ ‘ସୋଜୁ’ ପାନ କରିଥାନ୍ତି । ତେବେ ଲୋକମାନଙ୍କ ମଧ୍ୟରେ ଲୋ କ୍ୟାଲୋରୀ ବିୟରର ବହୁତ ଡିମାଣ୍ଡ ରହିଛି । ତେଣୁ ଲୋକମାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ତର କୋରିଆରେ ଏହି ନୂତନ ଡ୍ରିଙ୍କ ଲଞ୍ଚ୍ କରାଯାଇଛି ।

Get real time updates directly on you device, subscribe now.