fbpx

ଆସିଗଲା ଶସ୍ତା ପ୍ଲାନ୍: ଦୈନିକ ମାତ୍ର ୫ ଟଙ୍କା ଖର୍ଚ୍ଚ କରନ୍ତୁ, ପାଆନ୍ତୁ ୧ ଜିବିର ଡାଟା

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟ ଯୁଗରେ ଗ୍ରାହକମାନେ ସର୍ବଦା ଶସ୍ତା ପ୍ଲାନକୁ ଅପେକ୍ଷା କରି ରହିଥାନ୍ତି । ତେବେ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀମାନେ ମଧ୍ୟ ନିୟମିତ ବ୍ୟବଧାନରେ ଶସ୍ତା ପ୍ଲାନ ଲଞ୍ଚ କରିଥାନ୍ତି । ତେବେ କିଛିଦିନ ପୂର୍ବରୁ ବିଏସଏନଲ ୧୯ ଟଙ୍କିଆ ପ୍ରିପେଡ୍ ପ୍ଲାନ ଲଞ୍ଚ କରିଥିଲା । ଉକ୍ତ ପ୍ଲାନଟି ଏକ ମାସ ପାଇଁ ସିମକୁ ଆକ୍ଟିଭ ରଖିବା ପାଇଁ ଉଦ୍ଦିଷ୍ଟ ଥିଲା ।

ତେବେ ନିକଟରେ କମ୍ପାନୀ ଆଉ ଏକ ପ୍ଲାନ ଲଞ୍ଚ କରିଛି । ଏଥିପାଇଁ ଆପଣଙ୍କୁ ୩୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ପ୍ଲାନର ଅବଧି ୮୦ ଦିନ ପର୍ଯ୍ୟନ୍ତ ରହିଥିବା ବେଳେ ଦୈନିକ ୧ ଜିବି ମୋବାଇଲ ଡାଟା ପାଇପାରିବେ । ଅର୍ଥାତ ଏହି ପ୍ଲାନ ପାଇଁ ଆପଣଙ୍କୁ ଦୈନିକ ୫ ଟଙ୍କାରେ କମ୍ ଖର୍ଚ୍ଚ କରିବାକୁ ପଡ଼ିବ ।

ବିଏସଏନଏଲର ଏହି ପ୍ରିପେଡ ପ୍ଲାନ ଅନ୍ୟ ଟେଲିକମ୍ କମ୍ପାନୀର ପ୍ଲାନଠାରୁ ବହୁତ ଶସ୍ତା ଅଟେ । ଏଥିରେ ଅନଲିମିଟେଡ କଲ୍ ସହିତ ଦୈନିକ ୧୦୦ ଏସଏମଏସ୍ ଦିଆଯାଉଛି । ଏତିକି ଟଙ୍କାରେ ଅନ୍ୟ ଟେଲିକମ କମ୍ପାନୀମାନେ ଗୋଟିଏ ମାସର ଭାଲିଡିଟି ଦେଉଛନ୍ତି । ଆସନ୍ତା ଅଗଷ୍ଟ ମାସରେ ବିଏସଏନଏଲ ୪ଜି ସର୍ଭିସ ଲଞ୍ଚ କରିବ । ତେଣୁ ଏହି ପ୍ଲାନ ସେକେଣ୍ଡାରୀ ସିମରେ ରଖିବା ପାଇଁ ଏକ ଭଲ ବିକଳ୍ପ ହୋଇପାରିବ ।

Get real time updates directly on you device, subscribe now.