ଅପରେସନ ସିନ୍ଧୁ: ଇରାନରୁ ଫେରିଲେ 110 ଭାରତୀୟ, 90 ଜଣ କାଶ୍ମୀରୀ ଥିବା ସୂଚନା
ଇରାନରୁ ଭାରତୀୟଙ୍କୁ ଫେରାଇବା ପାଇଁ ଭାରତର ଅପରେସନ ସିନ୍ଧୁ । ଆଜି ଭାରତ ଫେରିଛନ୍ତି 110 ଜଣ ଭାରତୀୟ ଛାତ୍ର ।
ନୂଆଦିଲ୍ଲୀ: ଇରାନରୁ ଭାରତୀୟଙ୍କୁ ଫେରାଇବା ପାଇଁ ଭାରତର ଅପରେସନ ସିନ୍ଧୁ । ଆଜି ଭାରତ ଫେରିଛନ୍ତି 110 ଜଣ ଭାରତୀୟ ଛାତ୍ର । ଇରାନରୁ ଆର୍ମେନିଆର ରାଜଧାନୀ ୟେରେଭାନ ଦେଇ ସମସ୍ତେ ଦିଲ୍ଲୀ ଫେରିଛନ୍ତି । ଏହି 110 ଜଣ ଭାରତୀୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ 90 ଜଣ କାଶ୍ମୀରୀ ଥିବା ସୂଚନା ମିଳିଛି ।
ଏହା ସହିତ ଇରାନରେ ଥିବା ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାରେ ସହଯୋଗ କରୁଛି ଭାରତୀୟ ଦୂତାବାସ । ଏମାନଙ୍କୁ ତେହେରାନ ସ୍ଥିତ ଭାରତୀୟ ଦୂତାବାସ ସହ ଏମରଜେନ୍ତି ହେଲ୍ପ ଲାଇନ ଜରିଆରେ ଯୋଗାଯୋଗ କରିବାକୁ କୁହାଯାଇଛି । ଏଥି ସହିତ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି ।
ଇରାନ-ଇସ୍ରାଏଲ୍ ଯୁଦ୍ଧ ସିସ୍ଥି ଚାଲିଥିବା ବେଳେ ଇରାନରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାକୁ ‘ଅପରେସନ ସିନ୍ଧୁ’ଆରମ୍ଭ କରିଛନ୍ତି ଭାରତ ସରକାର । ସୂଚନାନୁସାରେ ଇରାନରେ 4 ହଜାରରୁ ଅଧିକ ଭାରତୀୟ ନାଗରିକ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ।
ବିଶେଷତଃ ଜାମ୍ମୁ-କଶ୍ମୀରର ଛାତ୍ରଛାତ୍ରୀମାନେ ଇରାନରେ ମେଡ଼ିକାଲ ଓ ଅନ୍ୟ ପ୍ରଫେସନାଲ କୋର୍ସରେ ନାମ ଲେଖାଇଥାନ୍ତି । ସସ୍ତା ପାଠ୍ୟକ୍ରମ ଓ ସାଂସ୍କୃତିକ ସାମଞ୍ଜସ୍ୟ ପାଇଁ କାଶ୍ମୀରୀ ଛାତ୍ରଛାତ୍ରୀ ଇରାନ ବିଶ୍ବବିଦ୍ୟାଳୟରେ ପଢିବାକୁ ପସନ୍ଦ କରିଥାନ୍ତି । ତେହେରାନ, ସିରାଜ ଓ କୋମ ଆଜି ସହରରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ।