fbpx
BJD SKY
BJD SKY

OPGC ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ଖାଲି ପଦ ପୂରଣ ପାଇଁ ଜାରି ହେଲା ବିଜ୍ଞପ୍ତି

BJD

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଯୋଗ୍ୟ ପ୍ରାର୍ଥୀଙ୍କୁ ଉଚ୍ଚ ବେତନରେ ନିଯୁକ୍ତି ପ୍ରଦାନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଏଥିରେ ଆବେଦନ କରିବା ପୂର୍ବରୁ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ମ୍ୟାନେଜର- ଅପରେସନ (ଇଲେକ୍ଟ୍ରିକାଲ / ମେକାନିକାଲ), ଆସିଷ୍ଟାଣ୍ଟ ମ୍ୟାନେଜର- ଓ ଆଣ୍ଡ ଏମ (ମେକାନିକାଲ), ଆସିଷ୍ଟାଣ୍ଟ ମ୍ୟାନେଜର- କେମିଷ୍ଟି, ଆସିଷ୍ଟାଣ୍ଟ ମ୍ୟାନେଜର- ସପ୍ଲାଏ ଚେନ ମ୍ୟାନେଜମେଣ୍ଟ, ଆସିଷ୍ଟାଣ୍ଟ ମ୍ୟାନେଜର- ସିଭିଲ, ଆସିଷ୍ଟାଣ୍ଟ ମ୍ୟାନେଜର ଏମଜିଆର (ପି-ୱେ ମେଣ୍ଟେନାନ୍ସ), ଆସିଷ୍ଟାଣ୍ଟ ମ୍ୟାନେଜର- ଫାଇନାନ୍ସ, ଆସିଷ୍ଟାଣ୍ଟ ମ୍ୟାନେଜର- ଏସଏପି ଆଦି ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ ।

ନଭେମ୍ବର ମାସ ୮ ତାରିଖରୁ ୨୨ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନର ହାର୍ଡ କପି ସହିତ ଆବଶ୍ୟକ ଡକ୍ୟୁମେଣ୍ଟ ପଠାଇ ପାରିବେ । ସମସ୍ତ ଖାଲି ପଦ ସଂଖ୍ୟା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଡିସେମ୍ବର ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ହେବା ସହିତ ସର୍ବାଧିକ ବୟସ ୪୧ ବର୍ଷ ହୋଇଥିବା ଆବଶ୍ୟକ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.opgc.co.in/

ନୋଟିଫିକେସନ ଲିଙ୍କ: https://www.opgc.co.in/opgc_recruitment/OPGC_Detailed_Adv_OPGC_CO_HR_05_2023.pdf

ଅନଲାଇନ୍ ଆବେଦନ ଲିଙ୍କ: https://opgc.co.in/opgc_recruitment/frmCareeer.aspx

Get real time updates directly on you device, subscribe now.