ନୂଆଦିଲ୍ଲୀ: ଓପୋ ଚୀନରେ Find X8 Find, X8 Pro ଲଞ୍ଚ କରିବା ପରିବା ପରେ ନଭେମ୍ବରରେ ହିଁ Reno୧୩ ସିରିଜ ଲଞ୍ଚ କରିବାକୁ ଯାଉଛି । ଓପୋର ନୂଆ ଅବତାରକୁ ନେଇ ପ୍ରସିଦ୍ଧ ଡିଜିଟାଲ ଚାଟଷ୍ଟେସନ (ଡିସିଏସ) ଏହାର ଫିଚର ଲିକ କରୁଛି । ସଦ୍ୟତମ ତଥ୍ୟ ମୁତାବକ ନୂଆ ଫୋନ ଲଞ୍ଚର ତାରିଖ ଜଣାପଡିଛି ।
ନୂଆ ତଥ୍ୟ ମୁତାବକ, ଚୀନରେ ରେନୋ ୧୩ ନଭେମ୍ବର ୨୫ରେ ଲଞ୍ଚ ହେବ । ତେବେ ଏନେଇ ଓପୋ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । ଆଶା କରାଯାଉଛି, ଏହାର ଅଫିସିଆଲ ଟିଜର ଆସନ୍ତା ସପ୍ତାହରେ ମାର୍କେଟକୁ ଛଡାଯାଇପାରେ । ଏହି ସିରିଜ ଅନ୍ତର୍ଗତ ଦୁଇଟି ନୂଆ ହ୍ୟାଣ୍ଡସେଟ ଉପସ୍ଥାପିତ ହେବ ।
ଡିସିଏସ ଦ୍ୱାରା ଦିଆଯାଇଥିବା ତଥ୍ୟ ମୁତାବକ, ରେନୋ ୧୩ ପ୍ରୋରେ ମାଇକ୍ରୋ କ୍ୱାଡ କବ୍ଡ ଡିଜାଇନ ସହ ଏହାର ଆକାର ୬.୭୮ ଇଞ୍ଚ ଓଲେଡ ୮ଟି ଏଲପିଟିଓ ସ୍କ୍ରିନ ହେବ । ଏଥିରେ 2780×1264 ଫିକ୍ସଲର ୧.୫ କେ ରିଜୋଲ୍ୟୁସନ ଓ ୧୨୦ ଏଚଜେଡ ରିଫ୍ରେସ ରେଟ ସପୋର୍ଟର ହେବ । ଏହା ବ୍ୟତିତ ପ୍ରୋ ମଡେଲରେ ଅଧିକ ପରଫର୍ମାନ୍ସର ଡାଇମେନ୍ସନ ୯୩୦୦ ଚିପସେଟ ହେବ । ତେବେ ଏଯାଏଁ ରାମ ଓ ଷ୍ଟୋରେଜ କନଫିଗରେଶନକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ତଥାପି ଏହି ଫୋନ ColoeOS-15 ଆଧାରିତ ଆଣ୍ଡ୍ରଏଡ ୧୫ରେ ଚାଲିବ ବୋଲି ଆଶା କରାଯାଉଛି ।